ପାରିବାରିକ କଳହର କରୁଣ ପରିଣତି : ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ

0
6986
Boy Friend Murders An Odia Girl In Surat For Pressurizing Marriage
Boy Friend Murders An Odia Girl In Surat For Pressurizing Marriage

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲାରେ ପାରିବାରିକ କଳହର କରୁଣ ପରିଣତି । ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା କୁଟୁରିଆ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ମୃତକ କୁଟୁରିଆ ଗାଁର ବେଣୁଧର ପ୍ରଧାନ । ଏହି ଘଟଣାରେ ବୋହୂ ଯଶୋଦା ପ୍ରଧାନ ଗୁରୁତର ହୋଇଛନ୍ତି । ଯଶୋଦାଙ୍କୁ ପ୍ରଥମେ ପର୍ଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ଗତ ରାତିରେ କୌଣସି କଥାକୁ ନେଇ ଶ୍ୱଶୁର ବେଣୁଧର ପ୍ରଧାନ ଓ ବଡ଼ ବୋହୂ ଯଶୋଦା ପ୍ରଧାନଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ହାତାହାତି ଓ ପରେ ଟାଙ୍ଗିଆରେ ହଣା ହାଣି ହୋଇଥିଲେ । ଘଟଣାସ୍ଥଳରେ ଉଭୟେ ଗୁରୁତର ଅବସ୍ଥାରେ ପଡିରହିଥିଲ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ବେଣୁଧରଙ୍କୁ ମୃତ ଘୋଷଣା କରିଥିବା ବେଳେ ବୋହୂ ଯଶୋଦାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

Also Read  ବିନା ଭକ୍ତରେ ପୂଜା ପାଇଲେ ବାବା ଧବଳେଶ୍ଵର : ୧୪୪ ଧାରା ଲାଗୁ

LEAVE A REPLY

Please enter your comment!
Please enter your name here