ଆପଣ ଦହି ସହ କଞ୍ଚା ପିଆଜ ଖାଉଛନ୍ତି କି ! ତେବେ ହୋଇଯାଆନ୍ତୁ ସାବଧାନ, ହୋଇପାରେ ଏହିସବୁ ରୋଗ…

0
11007
demerits of eating curd with onion

ଦହି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ସେଥିପାଇଁ କିଛି ଲୋକ ଦହିକୁ ନିଜ ଡେଲି-ଡାଇଟ୍‌ରେ ସାମିଳ କରିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଦହି ସହିତ କିଛି ଜିନିଷ ମିଶାଇ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ତେବେ କେଉଁ ଜିନିଷକୁ ଦହି ସହିତ ମିଶାଇ ଖାଇବା ଉଚିତ୍ ନୁହେଁ, ଆସନ୍ତୁ ଜାଣିବା।

ଅନେକ ଲୋକ ପିଆଜ ସହ ଦହି ମିଶାଇ ଖାଇବାକୁ ଭଲ ପାଆନ୍ତି। ଅଧିକାଂଶ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ମଧ୍ୟ ଦହି ପିଆଜ ସାଲାଡ ତଥା କଚୁମ୍ବର ଦିଆଯାଏ। ଯଦି ଆପଣ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରୁ ଜଣେ, ତେବେ ଆପଣଙ୍କର ଏହି ଅଭ୍ୟାସକୁ ବଦଳାଇବାକୁ ପଡିବ। କାରଣ ଦହି ଏବଂ ପିଆଜର ପ୍ରଭାବ ଭିନ୍ନ ଭିନ୍ନ ରହିଛି। ଏପରି ସ୍ଥିତିରେ, ଯଦି ଆପଣ ଦହି ଏବଂ ପିଆଜକୁ ମିଶାଇ ଖାଆନ୍ତି, ତେବେ ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି। ଯେପରିକି କୁଣ୍ଡେଇ ହେବା, ଏଗ୍‌ଜିମା, ଆଲର୍ଜି, ଏବଂ ପେଟ ସହିତ ଜଡିତ ଅନ୍ୟାନ୍ୟ ରୋଗ ହୋଇପାରେ।

ସେହିପରି ଡାଲି ସହ ଦହି ଖାଇବା ମଧ୍ୟ ଉଚିତ ନୁହେଁ। କାରଣ ଏହି ଦୁଇଟି ଜିନିଷ ଏକା ସହ ଖାଇବା ଦ୍ୱାରା ଶାରୀର ଉପରେ ଖରାପ ପ୍ରଭାବ ପଡିଥାଏ। ଦହି ଓ ଡାଲିକୁ ମିଶାଇ ଖାଇବା ଦ୍ୱାରା, ଝାଡା, ଗୋଡ ହାତ ଯନ୍ତ୍ରଣା ହେବା ଏବଂ ଗ୍ୟାସ୍‌ ଭଳି ସମସ୍ୟା ଉତ୍ପନ୍ନ ହୋଇପାରେ।

ସେହିପରି ତେଲ ଯୁକ୍ତ ଖାଦ୍ୟ ସହ ଦହି ଖାଇବା ଉଚିତ ନୁହେଁ। ଲୋକେ ପରଟା ସହ ଦହି ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଏଭଳି କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇପାରେ। ଏହାଦ୍ୱାରା ଆପଣଙ୍କ ହଜମ ଶକ୍ତି ଉପରେ ଖରାପ ପ୍ରଭାବ ପଡିଥାଏ।

ଯଦି ଆଣ ମାଛ ଖାଉଛନ୍ତି ତେବେ ସେହି ସମୟରେ ଦହି ଖାଇବା ଉଚିତ ନୁହେଁ। ଦହି ଏବଂ ମାଛକୁ ଏକାଠି ଖାଇବା ଠାରୁ ଦୂରେଇ ରୁହନ୍ତୁ। ଏହି ଦୁଇଟି ଜିନିଷକୁ ଏକାଠି ଖାଇବା ଦ୍ୱାରା ପେଟ ଯନ୍ତ୍ରଣା ହବା ସହ ଖାଦ୍ୟ ହଜମ ହେବାରେ ଅସୁବିଧା ହୋଇପାରେ।

କ୍ଷୀର ଏବଂ ଦହିକୁ ଏକାଠି ଖାଇବା ଉଚିତ୍ ନୁହେଁ। ଏହା କରିବା ଦ୍ୱାରା ଅମ୍ଳତା, ଗ୍ୟାସ୍ ଏବଂ ବାନ୍ତି ସମସ୍ୟା ଦେଖାଦେଇଥାଏ। ହଜମ ହେବାରେ ମଧ୍ୟ ସମସ୍ୟା ହୋଇପାରେ।

Also Read  ଗୋଷ୍ଠୀ ସଂକ୍ରମଣ ହୋଇପାରେ ମଙ୍କିପକ୍ସ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ