ଭୁଲରେ ବି ମୁହଁରେ ଲଗାନ୍ତୁ ନାହିଁ ଏହି ଜିନିଷ, ନଚେତ୍ ଭୋଗିବେ ଭୟଙ୍କର ପରିଣାମ

0
227
do-not-apply-anything-on-face-it-may-cause-skin-problems

ଆପଣ ନିଜ ମୁହଁର ଯତ୍ନ ନେବା ପାଇଁ ଅନେକ ପ୍ରକାର ଚେଷ୍ଟା କରନ୍ତି। ଏଥିପାଇଁ ବହୁତ ଟ୍ରିଟମେଣ୍ଟ ବି କରନ୍ତି। କିନ୍ତୁ ଅନେକ ଥର ଆମେ ଏପରି ଭୁଲ୍ କରିଥାଉ, ଯେଉଁଥିପାଇଁ ଏହାର ପରିଣାମ ଭୋଗିବାକୁ ପଡିଥାଏ। ଆଜିକାଲି ଇଣ୍ଟରନେଟରେ ଅନେକ ପ୍ରକାରର ହୋମ ରେମେଡି ଉପଲବ୍ଧ ହେଉଛି। ଯାହାର ସାଇଡ୍ ଇଫେକ୍ଟ ବିଷୟରେ ଚିନ୍ତା ନକରି ମୁହଁରେ କିଛି ପ୍ରୟୋଗ କରିବା ଆପଣଙ୍କ ଚେହେରା ଏବଂ ଚର୍ମ ପାଇଁ କ୍ଷତିକାରକ ହୋଇପାରେ। ଏପରି ୫ଟି ଜିନିଷ ଅଛି ଯାହାକୁ ଭୁଲରେ ମଧ୍ୟ ମୁହଁରେ ଲଗାଇବା ଉଚିତ୍ ନୁହେଁ।

ବଡି ଲୋସନ୍ :

ବଡି ଲୋସନ ଶରୀରରେ ପ୍ରୟୋଗ କରାଯିବା ପାଇଁ ଉଦ୍ଦିଷ୍ଟ। କିନ୍ତୁ ମୁହଁ ଶରୀରର ଏକ ଅଂଶ ବୋଲି ଭାବି ଅନେକ ଲୋକ ମୁହଁରେ ବଡି ଲୋସନ ଲଗାନ୍ତି। ଭୁଲରେ ବି ଏପରି କରିବା ଉଚିତ୍ ନୁହେଁ। ବଡି ଲୋସନ ଗାଢା ହୋଇଥାଏ ଏବଂ ଏହାକୁ ମୁହଁରେ ଲଗାଇଲେ ମୁହଁର ପୋର୍ସ ବନ୍ଦ ହୋଇଯାଏ, ଯାହାଦ୍ୱାରା ବ୍ରଣ ସମସ୍ୟା ଦେଖାଦେଇଥାଏ । ଏହା ବ୍ୟତୀତ ମୁହଁରେ ବଡି ଲୋସନ ଲଗାଇବା ଦ୍ୱାରା ଆଲର୍ଜି ହୋଇପାରେ।Top 10 Body Lotions Available In India (2019) - Miss Ambivert
ଟୁଥପେଷ୍ଟ :

ବ୍ରଣକୁ ହଟାଇବା ପାଇଁ ଆପଣ ଅନେକ ପ୍ରତିକାର ବିଷୟରେ ଶୁଣିଥିବେ, ଯେଉଁଥିରେ ମୁହଁରେ ଟୁଥପେଷ୍ଟ ଲଗାଇବାକୁ ପରାମର୍ଶ ଦିଆଯାଇଥାଏ। କିନ୍ତୁ ଆପଣ ମୁହଁରେ ଟୁଥପେଷ୍ଟ ଲଗାଇବାର ଭୁଲ ବିଲକୁଲ୍ କରନ୍ତୁ ନାହିଁ । ଟୁଥପେଷ୍ଟରେ ଅନେକ କେମିକାଲ୍ ରହିଥାଏ। ଏହାକୁ ସିଧାସଳଖ ମୁହଁରେ ଲଗାଇବା ଦ୍ୱାରା ତ୍ୱଚା ପୋଡିଥାଏ। ମୁହଁରେ ଦାଗ ଏବଂ କୁଣ୍ଡେଇ ହେବାର ସମସ୍ୟା ହୋଇଥାଏ।

 

ଗରମ ପାଣି :

ଶୀତ ଋତୁରେ ଗରମ ପାଣିରେ ଗାଧୋଇବାକୁ ପସନ୍ଦ କରନ୍ତି। କିନ୍ତୁ ଅତ୍ୟଧିକ ଗରମ ପାଣି ଯେପରି କେଶକୁ ନଷ୍ଟ କରିଦିଏ, ସେହିଭଳି ମୁହଁକୁ ସଫା କରିବା ପାଇଁ ଗରମ ପାଣି ବ୍ୟବହାର କରାଯିବା ଉଚିତ୍ ନୁହେଁ। ନଚେତ୍ ମୁହଁର କୋମଳତା ନଷ୍ଟ ହୋଇଥାଏ। ତ୍ୱଚା ଶୁଖିଲା ଏବଂ ଦୁର୍ବଳ ହୋଇଯାଏ। ଉଷୁମ ପାଣିରେ ମୁହଁ ଧୋଇବା ପରିବର୍ତ୍ତେ, ଆପଣ ଉଷୁମ ପାଣିରେ ମୁହଁରେ ବାଷ୍ପ ନେଇପାରିବେ।

Lemons: Health Benefits & Nutrition Facts | Live Science

ଲେମ୍ବୁ :

ଭିଟାମିନ୍ ସିରେ ଭରପୂର ଲେମ୍ବୁ କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ। ସ୍କିନ୍ କେୟାର ସହ ଜଡିତ ଅନେକ ଘରୋଇ ଉପଚାରରେ ମଧ୍ୟ ବ୍ୟବହୃତ ହୋଇଥାଏ। କିନ୍ତୁ ଲେମ୍ବୁ କିମ୍ବା ତାହାର ରସକୁ ସିଧାସଳଖ ତ୍ୱଚାରେ ଲଗାଇବା ଉଚିତ୍ ନୁହେଁ । ବିଶେଷକରି ଯଦି ଆପଣଙ୍କର ତ୍ୱଚା ସେନସେଟିଭ୍ ତେବେ ଲେମ୍ବୁକୁ ସିଧାସଳଖ ମୁହଁରେ ଲଗାନ୍ତୁ ନାହିଁ । ଏହାଦ୍ୱାରା ଚର୍ମ ଜଳିବା କିମ୍ବା କୁଣ୍ଡେଇ ହୋଇଥାଏ।

Also Read  ଆଶା ଆଶଙ୍କାରେ କଟକ ବାରବାଟୀରେ ହେବାକୁ ଥିବା ଟ୍ବେଣ୍ଟି ଟ୍ବେଣ୍ଟି, ଷ୍ଟାଡିୟମର ନାହିଁ ଫାୟାର ସେଫ୍ଟି ସାର୍ଟିଫିକେଟ୍

A dirty history of soap: The rather gross ingredients used to make things  clean | The Milwaukee Independent

ସାବୁନ :

ଭୁଲରେ ମଧ୍ୟ ମୁହଁରେ ଗାଧୋଇବା ସାବୁନ ଲଗାନ୍ତୁ ନାହିଁ। ମୁହଁକୁ ଧୋଇବା ପାଇଁ ସର୍ବଦା ଫେସୱାସ୍ ବ୍ୟବହାର କରନ୍ତୁ। ସାବୁନ ଚର୍ମରୁ କୋମଳତା ଦୂର କରିଥାଏ, ଯେଉଁଥିପାଇଁ ଚର୍ମ ଶୁଷ୍କ ହୋଇଯାଏ।

LEAVE A REPLY

Please enter your comment!
Please enter your name here