୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆୟୁଷ ଡାକ୍ତର

0
168
vigilance raid

ସୁନ୍ଦରଗଡ: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଗଇରବାହାଲ ପିଏଚ୍‌ସି ଡାକ୍ତର । ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଲକ ଗୋଏରବାହାଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୁନ୍ଦରଗଡ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜଣେ ଅଟୋ ଡ୍ରାଇଭର୍‌ଙ୍କ ଠାରୁ ଏହି ଟଙ୍କା ଲାଞ୍ଚ ନେଉଥିଲେ ଡାକ୍ତର ସାରଦା ପ୍ରସନ୍ନ।

ସୂଚନା ଅନୁସାରେ, ଗତ ୧୭ ତାରିଖରେ କୁତ୍ରା- ଝାଡଖଣ୍ଡ ସୀମାନ୍ତ ଛୁରିଚଖା ଛକରେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ। ଅଟୋ ଚାଳକ ସୁଲେମାନ ମହିଳାଙ୍କୁ ନେଇ ଡାକ୍ତରଙ୍କ ପାଖରେ ପହଞ୍ଚିଥିଲେ। ଡାକ୍ତର ସାରଦା ଦୁର୍ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ନ ଦେବାକୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। କଥା ୧୨ ହଜାରରେ ଛିଡିଥିଲା। ଚାଳକ ସେଦିନ ୮ ହଜାର ଦେଇଥିବା ବେଳେ ବାକି ୪ ହଜାର ଟଙ୍କା ତୁରନ୍ତ ନ ଦେଲେ ପୋଲିସକୁ କହିଦେବେ ବୋଲି ଧମକ ଦେଇଥିଲେ।ଅଟୋ ଚାଳକ ଏନେଇ ସୁନ୍ଦରଗଡ଼ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଆଜି ସକାଳ ସାଢେ ୭ଟାରେ ଅଟୋ ଚାଳକ, ଡାକ୍ତରଙ୍କୁ ଗୋଏରବାହାଲ ଡାକ୍ତରଖାନା ପରିସରସ୍ଥିତ ସରକାରୀ ନିବାସରେ ବାକି ୪ ହଜାର ଟଙ୍କା ଦେଉଥିବାବେଳେ ସେଠାରେ ଛକିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା।

Also Read  ଚାଲିଲେ କମିବ ମୃତ୍ୟୁ ଆଶଙ୍କା- ଆମେରିକା ବୈଜ୍ଞାନିକ

LEAVE A REPLY

Please enter your comment!
Please enter your name here