ରାଜଧାନୀରେ ଚାଞ୍ଚଲ୍ୟ; ସ୍ତ୍ରୀ ଓ ଶାଳିକୁ ନିର୍ମମ ଭାବେ ହତ୍ୟା, ସ୍ୱାମୀ ଅଟକ

0
409
Girl Dies As A Speeding Bus Drags Her Body For 500 Meters In Odisha's Bolangir
Girl Dies As A Speeding Bus Drags Her Body For 500 Meters In Odisha's Bolangir

ଭୁବନେଶ୍ୱର: ଅସୁରକ୍ଷିତ ରାଜଧାନୀ ଭୁବନେଶ୍ୱର । ସମ୍ପର୍କରେ ଲାଗିଛି ରକ୍ତର ଛିଟା । ରାଜଧାନୀରେ ହୋଇଛି ଡବଲ ମର୍ଡର। ସ୍ତ୍ରୀ ଓ ଶାଳୀକୁ ହତ୍ୟା କଲା ସୈତାନ ସ୍ୱାମୀ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଉଛନ୍ତି ସରସ୍ୱତୀ ସେଠୀ ଓ ଗାୟତ୍ରୀ ସେଠୀ । ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚିି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଅଭିଯୁକ୍ତ ସ୍ୱାମୀ ବିଜୟ ସେଠୀକୁ ଅଟକ ରଖିଛି ପୁଲିସ୍।

ତେବେ ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନି । ତେବେ ଘରୋଇ ହିଂସା ନା ଆଉ କିଛି ସେ ନେଇ ସେ ନେଇ ତଦନ୍ତ ଆରମ୍ଭ ହୋଇଛି । ସ୍ୱାମୀ ଜଣଙ୍କ କାହିଁକି ନିଜ ସ୍ତ୍ରୀ ସହିତ ଶାଳୀଙ୍କୁ ହତ୍ୟା କଲା ସେ ନେଇ ପ୍ରଶ୍ନ ଉଠିବା ସହିତ ବିଭିନ୍ନ ଦିଗରେ ପୋଲିସ ତଦନ୍ତ ଜାରି ରଖିଛି । ତେବେ ହତ୍ୟାକାରୀ ବ୍ୟକ୍ତି ସିଟିଡିସି ମେକାନିକାଲ୍‌ରେ ବିଭାଗରେ କାମ କରୁଥିଲେ।

Also Read  Odisha to witness Heavy to Very Heavy Rain in next 24 Hours