ଦିଗପହଣ୍ଡିରେ ଦୁଇ ଜଣଙ୍କୁ ପିଟି ପିଟି ନୃଶଂସ ଭାବେ ହତ୍ୟା କଲେ ଦୁର୍ବୁତ୍ତ

0
358
Boy Friend Murders An Odia Girl In Surat For Pressurizing Marriage
Boy Friend Murders An Odia Girl In Surat For Pressurizing Marriage

ଦିଗପହଣ୍ଡି: ଦିଗପହଣ୍ଡିରେ ଡବଲ ମର୍ଡର । ପିଟିପିଟି ଦୁଇଜଣଙ୍କୁ ହତ୍ୟା ଅଭିଯୋଗ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ନିକଟରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ପାଳଝାଡି ଗାଁର ସୁଦର୍ଶନ ସୁଆର ଓ ସୁଧୀର କୁମାର ପାତ୍ର । ଗତକାଲି ଦୁଇଜଣ ଭୀଷ୍ମଗିରି ପଟୁ ଗାଁକୁ ଫେରୁଥିବାବେଳେ ସଉରା ପାହାଡ ନିକଟରେ କିଛି ଦୁର୍ବୃତ୍ତ ଅଟାକଇ ମାଡ ମାରି ଅଚେତ କରିଦେଇଥିଲେ । କିଛି ସମୟ ପରେ ରାସ୍ତାରେ ଯାଉଥିବା କିଛି ଲୋକ ସେମାନଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ପୋଲିସ ମୃତଦେହକୁ ଜବତ କରି ତଦନ୍ତ କରୁଛି। ତେବେ କେଉଁ କାରଣକୁ ନେଇ ଏହି ଘଟଣା ଘଟିଛି ଅସ୍ପଷ୍ଟ ଥିବା ବେଳେ ରାଜନୈତିକ ଶତ୍ରୁତାରୁ ହତ୍ୟା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ, ଗତକାଲି ଗାଁରେ ପଂଚାୟତ ନିର୍ବାଚନରେ ବିଜୟୀ ଓ ପରାଜିତ ଗୋଷ୍ଠୀ ମଧ୍ୟରେ ବୈଠକ ହୋଇଥିଲା। ପରେ ସେଠାରୁ ସୁଧୀରଙ୍କ ବାଇକରେ ଉଭୟେ ଆସିଥିଲେ। ତେବେ ଏହା ପରେ କେହି ଦୁବୃର୍ତ୍ତ ଉଭୟଙ୍କୁ ଆକ୍ରମଣ କରିଥିଲା। ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ବିଲରେ ଗୁରୁତର ଅବସ୍ଥାରେ ପଡ଼ିଥିଲେ ଉଭୟ। ଏକ ପଥର ସହ ଦୁଇ ହଳ ଚପଲ ଜବତ କରିଛି ଦିଗପହଣ୍ଡି ପୋଲିସ। ଖବର ପାଇ ଆଇଆଇସି ବସନ୍ତ ସେଠି ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଛନ୍ତି।

Also Read  ୬ ପିଲାଙ୍କୁ ଅନାଥ କରି ପ୍ରେମିକ ସହ ଫେରାର ମାଆ: ମିଳିବାର ଥିଲା ୧୫ ଲକ୍ଷ ଟଙ୍କା କ୍ଷତିପୂରଣ