ୟୁକ୍ରେନର ସ୍କୁଲ ଉପରେ ରୁଷର ଭୀଷଣ ବୋମାମାଡ, ୬୦ ଜଣ ମୃତ ଆଶଙ୍କା

0
316

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି। ଏବେ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରିଛି ରୁଷ। ସଂପ୍ରତି ଯୁଦ୍ଧର କେନ୍ଦ୍ର ସ୍ଥଳ ପାଲଟିଛି ପୂର୍ବ ୟୁକ୍ରେନ। ରବିବାର ଏକ ସ୍କୁଲ ଉପରେ ଭୀଷଣ ବୋମାମାଡ କରିଛି ରୁଷ ସେନା। ଏଥିରେ ୬୦ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।
ସମାଚାର ଏଜେନ୍ସି ଏଏଫପି ଅନୁଯାୟୀ, ଏହି ବୋମାମାଡରେ ୬୦ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା ପ୍ରକାଶ କରିଛି। ସୂଚନା ମୁତାବକ ରୁଷ ସେନା ପୂର୍ବ ୟୁକ୍ରେନର ଲୁହାନସ୍କର ବିଲୋହୋରିଭକା ଗାଁ ସ୍ଥିତ ସ୍କୁଲ ଉପରେ ବୋମାମାଡ କରିଛନ୍ତି। ଉକ୍ତ ସ୍କୁଲରେ ସାଧାରନ ଲୋକ ମଧ୍ୟ ଶରଣ ନେଇଥିଲେ। ଲୁହାନସ୍କର ରାଜ୍ୟପାଳ ଦାବି କରିଛନ୍ତି, ରୁଷ ସେନା ଦ୍ଵାରା ହୋଇଥିବା ଭୀଷଣ ବୋମାମାଡ କାରଣରୁ ସ୍କୁଲ କୋଠାରେ ନିଆଁ ଲାଗିଛି। ପ୍ରାୟ ଚାରି ଘଣ୍ଟାର ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଛି।

Also Read  ଅନ୍‌ଲାଇନ୍‌ରେ ମୋବାଇଲ୍ କିଣିବାକୁ ଯାଇ ସାଇବର ଠକେଇର ଶିକାର ହେଲେ ଯୁବତୀ