ନିଶା ଉପରେ ରୋକ: କେନ୍ଦ୍ରର ଚାରି ଜଣିଆ କମିଟି, ରାଜ୍ୟର ସ୍ୱତନ୍ତ୍ର ଟାସ୍କ ଫୋର୍ସ

0
120

ଭୁବନେଶ୍ୱର: ନିଶା କାରବାରକୁ ରୋକିବା ଲାଗି ରାଜ୍ୟସ୍ତରୀୟ ନିଶା ନିୟନ୍ତ୍ରଣ ଟାସ୍କଫୋର୍ସ ଗଠନ ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ଓଡିଶା ସରକାରଙ୍କୁ ପରାମର୍ଶ ଦିଆଯାଇଛି। ଓଡିଶା ସରକାର ଏଭଳି ଟାସ୍କଫୋର୍ସ ଗଠନ ପାଇଁ ପଦକ୍ଷେପ ନେଇଥିବାବେଳେ ପଞ୍ଜାବ ମଡେଲଢାଞ୍ଚା ଅନୁଧ୍ୟାନ ପାଇଁ ଏନସିବି କହିଛି। ନିଶା କାରବାର ରୋକିବାପାଇଁ ପର୍ଯ୍ୟାପ୍ତ ମାନବ ସମ୍ବଳ ସହିତ ଜଣେ ଏଡିଜି କିମ୍ବା ଆଇଜି ପାହ୍ୟାର ପୁଲିସ୍‍ ଅଧିକାରୀଙ୍କ ନେତୃତ୍ୱରେ ଉତ୍ସର୍ଗୀକୃତଟାସ୍କଫୋର୍ସ ଗଠନ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ଏନସିବି ମହାନିର୍ଦ୍ଦେଶକ ସତ୍ୟ ନାରାୟଣ ପ୍ରଧାନ।

ଗତ ଡିସେମ୍ବର ୩୧ ତାରିଖରେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଓଡିଶା ସରକାର ନିଶା କାରବାର ରୋକିବାପାଇଁ ଟାସ୍କଫୋର୍ସ ଗଠନକରିଛନ୍ତି । ଦେଶରେ ନିଶା ସାମଗ୍ରୀ ଓ ନିଶା ଔଷଧ କାରବାର ବୃଦ୍ଧି ଯୋଗୁଁ କେନ୍ଦ୍ର ସରକାର ଏହାର ନିୟନ୍ତ୍ରଣ ପାଇଁ ଚାରି ଥାକିଆ କମିଟି ଗଠନ କରିବାକୁ ନିଷ୍ପତ୍ତିନେଇଛନ୍ତି । ଜାତୀୟ ସ୍ତରରେ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବଙ୍କ ଅଧ୍ୟକ୍ଷତାରେ ନାର୍କୋ କୋର୍ଡିନେସନ ସେଣ୍ଟର ରହିଥିବାବେଳେ ମନ୍ତ୍ରାଳୟର ସ୍ୱତନ୍ତ୍ର ସଚିବଙ୍କଅଧ୍ୟକ୍ଷତାରେ ଏକ କାର୍ଯ୍ୟନିର୍ବାହୀ କମିଟି ଗଠନ ହୋଇଛି । ରାଜ୍ୟ ସ୍ତରୀୟ ଟାସ୍କଫୋର୍ସର ମୁଖ୍ୟ ରାଜ୍ୟର ମୁଖ୍ୟ ଶାସନ ସଚିବ ରହିବେ ଏବଂ ଜିଲ୍ଲା ସ୍ତରରେ ଜିଲ୍ଲାପାଳ ଏହାର ଅଧ୍ୟକ୍ଷ ରହିବେ ।

ଏହି ଚାରି ଥାକିଆସଂଗଠନ ଦେଶରୁ ନିଶା ସାମଗ୍ରୀ କାରବାରକୁ ନିୟନ୍ତ୍ରଣ ଲାଗି ସମନ୍ୱିତ ଭାବରେ କାର୍ଯ୍ୟ କରିବ । ବର୍ତ୍ତମାନ ରାଜ୍ୟ ସରକାର ଉଭୟ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ ଗଠନ କରିବେ । ବର୍ତ୍ତମାନ ଜଳପଥରେ ବ୍ୟାପକ ନିଶା କାରବାର ହେଉଥିବାରୁଗୁଇନ୍ଦା ସୂଚନା ଆଧାରରେ ରାଜ୍ୟ ସ୍ତରୀୟ ଟାସ୍କଫୋର୍ସ ଏହାର ପ୍ରତିହତ ପାଇଁ ପଦକ୍ଷେପ ଗ୍ରହଣ କରିବ। ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଗଞ୍ଜେଇ ଓ ଅଫିମ ଚାଷକୁ ରୋକିବାପାଇଁ ପଦକ୍ଷେପ ଗ୍ରହଣ କରିବ।

Also Read  ରାଜ୍ୟରେ କମୁଛି ସଂକ୍ରମଣ : ଆଉ କିଛି ଦିନରେ ଆମେ ସମ୍ପୂର୍ଣ୍ଣ ଭଲ ସ୍ଥିତିକୁ ଆସିବା

LEAVE A REPLY

Please enter your comment!
Please enter your name here