ମହାରାଷ୍ଟ୍ର ରାଜନୀତିରେ ମହା ଟ୍ୱିଷ୍ଟ: ପ୍ରଥମଥର ପାଇଁ ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

0
172
eknath-shinde-will-be-the-next chief-minister-of-maharashtra-

ମୁମ୍ୱାଇ: ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ନୁହଁନ୍ତି, ଏକନାଥ ସିନ୍ଦେ ହେବେ। ବିଜେପି ସମର୍ଥନରେ ମହାରାଷ୍ଟ୍ରରେ ଗଠନ ହେବ ସରକାର । ଦେବେନ୍ଦ୍ର ଫଡନାଭିସ୍ ସିନ୍ଦେଙ୍କ ଉପସ୍ଥିତିରେ ନିଜେ ଏହା ଘୋଷଣା କରିଛନ୍ତି। ଫଡନାଭିସ୍ କହିଛନ୍ତି ଯେ ଆଜି କେବଳ ଏକନାଥ ସିନ୍ଦେଙ୍କ ଶପଥ ଗ୍ରହଣ ହେବ। ମୁଁ ଏକନାଥ ସିନ୍ଦେଙ୍କ ମନ୍ତ୍ରୀମଣ୍ଡଳରୁ ବାହାରେ ରହିବି। ଆଜି ସନ୍ଧ୍ୟା ୭ଟା ୩୦ରେ ଶପଥ ନେବେ ଏକନାଥ ସିନ୍ଦେ । କାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଉଦ୍ଧବ ଠାକରେ ।

ପୂର୍ବରୁ ଖବର ଥିଲା ଯେ ବିଜେପି ନେତା ଦେବେନ୍ଦ୍ର ଫଡନବିସ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଏବଂ ତାଙ୍କ ସହ ଏକାନାଥ ସିନ୍ଦେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି। ଏହା ପୂର୍ବରୁ ଖବର ଥିଲା ଯେ, ଶୁକ୍ରବାର ଜୁଲାଇ ୧ରେ ଫଡନବିସ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇପାରନ୍ତି। ଏହାରି ଭିତରେ ଦେବେନ୍ଦ୍ର ଫଡନବିସ ଏବଂ ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କୁ ଭେଟିଥିଲେ । ଏହି ଦୁଇ ନେତା ରାଜ୍ୟରେ ସରକାର ଗଠନ ପାଇଁ ଦାବି କରିଥିଲେ । ବିଜେପି ନିକଟରେ ମୋଟ ୧୦୬ ବିଧାୟକ ଅଛନ୍ତି, ଅନ୍ୟପଟେ ଏକନାଥ ସିନ୍ଦେ ଶିବସେନାର ବିଦ୍ରୋହୀ ବିଧାୟକ ଏବଂ ନିର୍ଦଳୀୟ ବିଧାୟକ ସହ ମୋଟ ୪୯ ସଦସ୍ୟଙ୍କ ସମର୍ଥନ ଥିବା ଦାବି କରିଥିଲେ ।

ସରକାର ଭାଙ୍ଗିଥିବାରୁ ସିନ୍ଦେ ସେନାଙ୍କ ସମର୍ଥନରେ ଫଡନାଭିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଥିଲା କିନ୍ତୁ ଶେଷ ମୁହୂର୍ତ୍ତରେ ବିଜେପି ସମର୍ଥନରେ ସିନ୍ଦେ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଫଡନାଭିସ କହିଛନ୍ତି। ଆଜି ସନ୍ଧ୍ୟା ୭.୩୦ରେ କେବଳ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପରବର୍ତ୍ତୀ ଅବସ୍ଥାରେ ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା ସଦସ୍ୟମାନେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ।

Also Read  କରୋନା ପରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲକୁ ଆସୁନାହାନ୍ତି ୩୦% ପିଲା, ଚିନ୍ତାରେ ଗଣଶିକ୍ଷା ବିଭାଗ

LEAVE A REPLY

Please enter your comment!
Please enter your name here