ବ୍ରଜରାଜନଗର ଉପ-ନିର୍ବାଚନକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ୍; ପ୍ରଚାର ମଇଦାନରେ ୧୧ ପ୍ରାର୍ଥୀ, ୫୦% ବୁଥ୍‌ରେ ୱେବ୍ କାଷ୍ଟିଂ

0
359
election-commission-press-meet-on-brajrajanagar-byelection

ଭୁବନେଶ୍ୱର: ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ ପ୍ରାର୍ଥୀ ତାଲିକା ଚୁଡାନ୍ତ ହୋଇଛି। ମଇଦାନରେ ମୋଟ ୧୧ ଜଣ ପାର୍ଥୀ ଅଛନ୍ତି। ମତଦାନ ପୂର୍ବରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପହଞ୍ଚିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ।

ବ୍ରଜରାଜ ନଗର ଉପ ନିର୍ବାଚନ ପାଇଁ ପ୍ରଚାର ମଇଦାନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ୧୧ଜଣ ପ୍ରାର୍ଥୀ । ଯେଉଁମାନଙ୍କ ଭାଗ୍ୟ ପରୀକ୍ଷା କରିବେ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର । ନାମାଙ୍କନ ଦାଖଲ ପର୍ଯ୍ୟନ୍ତ ଭୋଟର ତାଲିକା ଚୂଡ଼ାନ୍ତ ହୋଇସାରିଛି । ୫୨୫ ଜଣ ଭୋଟର ଘରୁ ଭୋଟ ଦେବାକୁ ଆବେଦନ କରିଥିଲେ । ୩୨୫ ଜଣଙ୍କୁ ଘରୁ ଭୋଟ ଦେବାକୁ ଅନୁମତି ମିଳିଛି ।

୨୭୯ ବୁଥ୍‌ରେ ଭୋଟ ଦେବାର ବ୍ୟବସ୍ଥା ହୋଇଛି । ଗୋଟିଏ ବୁଥ୍‌ରେ ସର୍ବାଧିକ ୧୨୫୦ ଭୋଟର ଭୋଟ ଦେଇପାରିବେ । ୫୦% ବୁ୍‌ଥ୍‌ରେ କରାଯିବ ଭିଡିଓଗ୍ରାଫି କରାଯିବ । ସମ୍ବେଦନଶୀଳ ବୁଥ୍‌ରେ ହେବ କଡ଼ା ସୁରକ୍ଷା ବ୍ୟବସ୍ଥା । ପ୍ରତି ବୁଥ୍‌ରେ ପାଳନ ହେବ କୋଭିଡ କଟକଣା । ଅଭିଯୋଗ ପାଇଁ ଟୋଲ ଫ୍ରି ନମ୍ବର ୧୯୫୦ ଜାରି କରାଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ଏହାବାଦ୍ ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା କରାଯାଇଛି । ନିର୍ବାଚନମଣ୍ଡଳୀ ବାହାରେ ରହୁଥିବା ଭୋଟର ମାନେ ୩ ଦିନ ଛୁଟି ନେଇପାରିବେ । ଗୋଟ ପୂର୍ବ ଦିନ, ଭୋଟ ଦିନ ଓ ଭୋଟ ପରଦିନ ଛୁଟି ନେଇପାରିବେ ଭୋଟର । ସେହିଭଳି ନିର୍ବାଚନମଣ୍ଡଳୀରେ ଥିବା ଭୋଟରଙ୍କ ପାଇଁ ଗୋଟିଏ ଦିନର ଛୁଟି ପାଇଁ ଘୋଷଣା ହୋଇଛି ।

Also Read  Srimandir Prepares to Introduce Queue System of Darshan from New Year