ଜଙ୍ଗଲରୁ ବାପା-ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0
342
Girl Dies As A Speeding Bus Drags Her Body For 500 Meters In Odisha's Bolangir
Girl Dies As A Speeding Bus Drags Her Body For 500 Meters In Odisha's Bolangir

କେନ୍ଦୁଝର: ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ବାପା-ପୁଅ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବାଂଶପାଳ ବ୍ଳକ ଅନ୍ତର୍ଗତ ନୟାକୋଟ ଥାନା ବାଂଶପାଳ ଗାଁରେ ବାପ ପୁଅଙ୍କର ଘର ନିକଟସ୍ଥ ଜଙ୍ଗଲରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲା ବାଂଶପାଳ ରଜାବନ୍ଧ ମୁଣ୍ଡା ସାହିର ଶୁକ୍ରା ମୁଣ୍ଡା ଓ ତାଙ୍କ ପୁଅ ଶଙ୍କର ମୁଣ୍ଡା ବୋଲି ଜଣାଯାଇଛି ।

ବେକରେ ଗାମୁଛା ଲଗାଇ ବାପ ପୁଅ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି । ଖବର ପାଇ ଘଟଣା ସ୍ଥଳରେ ନୟାକୋଟ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଉଭୟଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ଭାବେ ଜଣାପଡିବ ବୋଲି ଆଶା କରାଯାଉଛି । ଘଟଣାର ତଦନ୍ତ ଜାରି ରଖିଛି ସ୍ଥାନୀୟ ପୋଲିସ।

Also Read  CABI submits proposal to the Union Minister Shri. Dharmendra Pradhan for Financial Aid towards organizing the T20 World Cup Cricket for the Blind, 2017.