ସାମାନ୍ୟ ଗୋଟିଏ ଲେମ୍ବୁ ପାଇଁ ଦୁଇ ପରିବାର ମଧ୍ୟରେ ସଂଘର୍ଷ, ଚାଲିଗଲା ଜଣଙ୍କ ଜୀବନ

0
249
Fight Between Two Families For A Lemon

ନୂଆଦିଲ୍ଲୀ : ସାମାନ୍ୟ ଗୋଟିଏ ଲେମ୍ବୁ ପାଇଁ ଚାଲିଗଲା ଜଣଙ୍କ ଜୀବନ । ଏପରି ଅଘଟଣ ଘଟିଛି ଗୁଜରାଟ ପାଟନ ଜିଲ୍ଲାର ହାରିଜ ତହସିଲ ଅନ୍ତର୍ଗତ କାଡି ଗାଁରେ । ଦେଶରେ ଲେମ୍ବୁ ଦର ଲୋକଙ୍କ ଦାନ୍ତ ଖଟ୍ଟା କରିଥିଲା। ପେଟ୍ରୋଲ ଓ ଡିଜେଲ ସହ ତାଳ ଦେଇ ବଢୁଥିଲା ଲେମ୍ବୁଦର। ପରିବା ମଣ୍ଡିମାନଙ୍କରେ ଲେମ୍ବୁ କେଜି ପିଛା ଦର ୪୦୦ ଟଙ୍କାକୁ ପହଞ୍ଚିଥିଲା। ଦେଶରେ ଗ୍ରୀଷ୍ମ ଆରମ୍ଭ ସହ ଲେମ୍ବୁଦର ବୃଦ୍ଧି ଅନେକଙ୍କୁ ଖଟକାଇଥିଲା। ଗୁଜରାଟରେ ଏକ ଲେମ୍ବୁ ପାଇଁ ୨ଟି ପରିବାର ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବାର ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏପରିକି ଥାନାରେ ମାମଲା ପହଞ୍ଚିଛି।

ପାଟନରେ ଗୋଟିଏ ଲେମ୍ବୁ ୨ଟି ପରିବାର ମଧ୍ୟରେ ବିବାଦ ସୃଷ୍ଟି କରିଛି । ଜିଲ୍ଲାର ହାରିଜ ତହସିଲ ଅନ୍ତର୍ଗତ କାଡି ଗାଁରେ ଗୋଟିଏ ଲେମ୍ବୁ ପାଇଁ ୨ଟି ପରିବାର ମଧ୍ୟରେ ପ୍ରବଳ ଝଗଡ଼ା ହୋଇଛି । କାଠି ଗାଁ ନିବାସୀ ହସାବେନ ଠାକୋର ନିଜ ଘର କାମ କରୁଥିଲେ। ନୀତାବେନ ତାଙ୍କ ଘରକୁ ଆସିଥିଲେ । ସେ ହଂସାବେନଙ୍କ ଝିଅ ବିନା ସୂଚନାରେ ଘରୁ ଏକ ଲେମ୍ବୁ ନେଇଯାଇଥିଲେ । ଏହାକୁ ନେଇ ୨ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା। କିନ୍ତୁ ହଂସାବେନ ଯେତେବେଳେ ନିଜ ଝିଅକୁ ପଚାରିଲେ ଯେ, ଲେମ୍ବୁ ଆଣିଛି, ଉତ୍ତର ନାଁ ଥିଲା । ଏହାପରେ ଅନୀତାବେନ୍ ସେଠାରୁ ଯାଇ ପରେ ପୁଣି ନିଜ ସ୍ୱାମୀଙ୍କ ସହିତ ଆସିଥିଲେ। ସେ କହିଥିଲେ ଯେ, ଆପଣ ନିଜ ଝିଅକୁ ଅନ୍ୟ ଘରୁ ଲେମ୍ବୁ ଚୋରି କରିବା ଶିଖାଇଛନ୍ତି । ଯାହା ପରେ ବିବାଦ ବଢିଗଲା । ଉଭୟ ପରିବାର ମଧ୍ୟରେ ଯୁକ୍ତିତର୍କ ବଢ଼ିବାର ମାମଲା ଥାନାରେ ପହଞ୍ଚିଛି।

ଏହି ବିବାଦ ତୁ -ତୁ -ମେଁ- ମେଁ ରୁ ଆରମ୍ଭ ହୋଇ ମାଡ଼ ମରାମରରେ ପହଞ୍ଚିଗଲା। ଏହି ସମୟରେ ହସାବେନଙ୍କ ବେକରୁ ସୁନା ଲକେଟ ହଜିଯାଇଥିଲା ଏବଂ ମାମଲା ପୋଲିସ ଷ୍ଟେସନରେ ପହଞ୍ଚିଥିଲା। ପୋଲିସ ଅନିତାବେନ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

Also Read  ବଜେଟରେ ରେଳ ମନ୍ତ୍ରଣାଳୟକୁ କେତେ ଟଙ୍କା ମିଳିଲା? କ’ଣ ସବୁ ରହିଛି ବ୍ୟବସ୍ଥା

LEAVE A REPLY

Please enter your comment!
Please enter your name here