ଭୁବନେଶ୍ୱର କେଶରୀ ମଲ୍‌ରେ ପୁଣି ଅଗ୍ନିକାଣ୍ଡ, ଫ୍ୟାନରେ ସଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସୂଚନା

0
175
fire broke out in bhubaneswar-keshari-mall

ଭୁବନେଶ୍ୱର: ଭୁବନେଶ୍ୱର କେଶରୀ ମଲ୍‌ରେ ପୁଣି ଅଗ୍ନିକାଣ୍ଡ। ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବା ସୂଚନା ମିଳିଛି। ଗତ କିଛି ମାସ ତଳେ କେଶରୀ ମଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ବେଳେ ଆଜି ପୁଣି କେଶରୀ ମଲରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭା ପାଇଁ ଉଦ୍ୟମ ଜାରି ରହିଛି । ସୁରକ୍ଷା ଦୃଷ୍ଟିରୁ ସାଧାରଣ ଲୋକଙ୍କ ପାଇଁ ମଲକୁ ବନ୍ଦ କରାଯାଇଥିବା ନେଇ ସୂଚନା ମିଳିଛି ।

ସୂଚନା ଅନୁସାରେ, ଦୋକାନରେ ଥିବା ଏକ ଫ୍ୟାନରେ ସଟସର୍କିଟ୍ କାରଣରୁ ନିଆଁ ଲାଗିଥିବା କୁହାଯାଉଛି । ଫ୍ୟାନରେ ଥିବା ମୋଟର ଏବଂ ପ୍ଲାଷ୍ଟିକ୍ ଅଂଶ ଜଳିଯାଇଛି । ନିଆଁ ଲାଗିବା ପରେ ସମ୍ପୁର୍ଣ୍ଣ ମଲ ଧୁଆଁମୟ ହୋଇଯାଇଥିଲା ।

Also Read  Asian Athletics Championship to be hosted in Odisha capital; AFI officials inspect Kalinga Stadium and other facilities

LEAVE A REPLY

Please enter your comment!
Please enter your name here