ଗାଡ଼ି ପାର୍କିଂକୁ ନେଇ ଫୁଟିଲା ଗୁଳି, କଥା କଟାକଟିରୁ ବାପା ଓ ପୁଅଙ୍କୁ ଗୁଳିମାଡ଼

0
209
Police Inspector Injured In Firing From His Own Service Revolver

ନୂଆପଡ଼ା: ଗାଡ଼ି ପାର୍କିଂକୁ ନେଇ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ରାବଣ ଛକରେ ଫୁଟିଛି ଗୁଳି। ରାବଣ ଛକରେ ପାର୍କିଂକୁ ନେଇ କଥା କଟାକଟିରୁ ବାପା ଓ ପୁଅଙ୍କୁ ଗୁଳିମାଡ଼ ହୋଇଛି । ବାପ-ପୁଅଙ୍କ ଗୋଡରେ ବାଜିଥିବା ନେଇ ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରଯାଇ ନୂଆପଡ଼ା ମୁଖ୍ୟ ହସ୍ପିଟାଲକୁ ପଠାଇଛି। ଘଟଣାସ୍ଥଳରେ ଖଡିଆଳ ଏସ୍‌ଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଅନୁସାରେ, ସିନାପାଲି ସହରର ରାବଣ ଛକ ନିକଟରେ ସିନାପାଲିର ରାଜା ପାଣିଗ୍ରାହୀ ନିଜ ଗାଡ଼ିରେ ଥିବା ସମୟରେ ସେହି ସ୍ଥାନରେ ସିନାପାଲିର ନୁର ମେହେର ଓ ତାଙ୍କ ପୁଅ ଲବ ମେହେର ନିଜ ଗାଡ଼ିରେ ପହଁଚିଥିଲେ । ଏହି ସମୟରେ ଗାଡି ପାର୍କିଂକୁ ନେଇ ରାଜା ପାଣିଗ୍ରାହୀ ଓ ନୁର ମେହେରଙ୍କ ମଧ୍ୟରେ ହୋଇଥିଲା କଥା କଟାକଟି । ପରେ ରାଜା ପାଣିଗ୍ରାହୀ ନୁର ମେହେରଙ୍କୁ ମାଡ଼ ମାରିଥିଲେ ଏହା ଦେଖି ନୁର ମେହେରଙ୍କ ପୁଅ ଲବ ମେହେର ବାପାଙ୍କୁ ଛଡ଼ାଇବାକୁ ଯାଇଥିଲେ। ଏହି ସମୟରେ ରାଜା ପାଣିଗ୍ରାହୀ ନିଜ ଗାଡିରୁ ବନ୍ଧୁକ କାଢ଼ି ନୁର୍‌ଙ୍କୁ ଗୁଳି କରିଥିଲେ । ଫଳରେ ଗୁଳିଟି ତାଙ୍କ ବାମ ଗୋଡ଼ରେ ବାଜିଥିଲା । ଏହା ପରେ ତାଙ୍କ ପୁଅ ଲବଙ୍କୁ ଗୁଳି କରିଥିଲା ରାଜା । ଲବର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ଘଟଣାପରେ ସ୍ଥାୟୀ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Also Read  CB Likely to Arrest Suspended IIC of Bharatpur

LEAVE A REPLY

Please enter your comment!
Please enter your name here