ଭାରତର ମୁମ୍ବାଇରେ ଚିହ୍ନଟ ହେଲା ଭୟଙ୍କର XE ଭ୍ୟାରିଏଣ୍ଟର ପ୍ରଥମ କରୋନା ଆକ୍ରାନ୍ତ

0
327
first-case of xe-variant-of-corona-detected-in-mumbai-india

ମୁମ୍ବାଇ: ଭାରତରେ ପ୍ରବେଶ କଲା ମହାମାରୀ କରୋନାର ଆଉ ଏକ ଭୟଙ୍କର ନୂଆ ଭାରିଏଣ୍ଟ XE। ଦେଶରେ ମୁମ୍ବାଇରୁ ପ୍ରଥମ ମାମଲା ସାମ୍ନାକୁ ଆସିଛି। ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ଠାରେ ଏହି ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି। ଓମିକ୍ରନର ଏହି XE ଭାରିଏଣ୍ଟ ବେଶ୍‌ ଭୟଙ୍କର। ପ୍ରଥମେ ଏହା ବ୍ରିଟେନ୍‌ରେ ଚିହ୍ନଟ ହୋଇଥିଲା। ଆଉ ଏବେ ଏହା ଭାରତରେ ପ୍ରବେଶ କରିଛି ।

ମୁମ୍ବାଇରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ଭଲ ଥିବା ଜଣାପଡିଛି । ତାଙ୍କ ଶରୀରରେ ସେଭଳି କୌଣସି ଗୁରୁତର ସମସ୍ୟା ଦେଖିବାକୁ ମିଳିନି । ଏକ୍ସଇ ଭ୍ୟାରିଆଣ୍ଟ ବ୍ୟତିତ ମୁମ୍ବାଇରେ ଜଣେ ବ୍ୟକ୍ତିଙ୍କ ଶରୀରରେ କାପା ଭ୍ୟାରିଆଣ୍ଟ ମଧ୍ୟ ଚିହ୍ନଟ ହୋଇଛି । ଚଳିତ ବର୍ଷ ଜାନୁୟାରୀ ୧୯ ତାରିଖରେ ବ୍ରିଟେନରେ ଚିିହ୍ନଟ ହୋଇଥିଲା XE ମ୍ୟୁଟାଣ୍ଟ । ପରେ ଏହା ଓମିକ୍ରନ୍‌ ଠାରୁ ମଧ୍ୟ ତୀବ୍ର ଗତିରେ ବ୍ୟାପିବାକୁ ଲାଗିଥିଲା । ବର୍ତ୍ତମାନ ସୁଦ୍ଧା ସେଠାରେ ୬୩୭ ଜଣ XE ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି ।

ଏପର୍ଯ୍ୟନ୍ତ କରୋନାର ଯେତେ ଭ୍ୟାରିଏଣ୍ଟ ବାହାରିଛନ୍ତି, ଏହା ସବୁଠାରୁ ଅଧିକ ସଂକ୍ରାମକ ବୋଲି କୁହାଯାଉଛି। ଅନ୍ୟ ଭ୍ୟାରିଏଣ୍ଟ ତୁଳନାରେ ଏହା ପାଖାପାଖି ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି କୁହାଯାଉଛି। ଏକ୍ସଇ ଓମିକ୍ରନର ସବ୍‌ ଭ୍ୟାରିଏଣ୍ଟ ବି.୧ ବି.୨ର ରୂପାନ୍ତିରିତ ରୂପ।

Also Read  Ponting Should Think About Australian Cricket: Gambhir