ବ୍ରହ୍ମାଣ୍ଡର ପ୍ରଥମ ରଙ୍ଗୀନ୍ ଫଟୋ ଜାରି କଲା ନାସା, ଦେଖନ୍ତୁ କେମିତି ଦେଖାଯାଉଛି ବ୍ରହ୍ମାଣ୍ଡ…

0
163
first-colour-picture-of-the-univer released by NASAse

ଓ୍ୱାଶିଂଟନ: ନାସା ଜାରି କରିଛି ବ୍ରହ୍ମାଣ୍ଡର ସୁନ୍ଦର ପ୍ରଥମ ରଙ୍ଗୀନ୍ ଫଟୋ । ଦୁନିଆର ସବୁଠାରୁ ବଡ଼ ଓ ଶକ୍ତିଶାଳୀ ମହାକାଶ ଦୂରବିକ୍ଷଣ ‘ଜେମ୍ସ ୱେବ୍ ଟେଲିସ୍କୋପ୍’ ଦ୍ୱାରା ବ୍ରହ୍ମାଣ୍ଡର ପ୍ରଥମ ରଙ୍ଗୀନ ଫଟୋଚିତ୍ର ଉତୋଳନ କରାଯାଇଛି । ଏହା ହେଉଛି ବ୍ରହ୍ମାଣ୍ଡର ସର୍ବୋଚ୍ଚ ରିଜୋଲ୍ୟୁସନ୍ ଫଟୋ | ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏହି ଫଟୋ ଜାରି କରି ଏହାକୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି । ଜ୍ୟୋତିର୍ବିଜ୍ଞାନ ଏବଂ ମହାକାଶ ଅନୁସନ୍ଧାନ ପାଇଁ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଆମେରିକା ଓ ସମସ୍ତ ମାନବିକତାକୁ ଏହା ସମର୍ପିତ ବୋଲି ବାଇଡେନ କହିଛନ୍ତି ।

ଜେମ୍ସ ୱେବ ଟେଲିସ୍କୋପ ହେଉଛି ମହାକାଶରେ ଉତକ୍ଷେପଣ କରାଯାଇଥିବା ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପ । ଏହି ଅଭିଯାନରେ ୨୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବା ପାଇଁ ଯଥେଷ୍ଟ ଅତିରିକ୍ତ ଇନ୍ଧନ କ୍ଷମତା ରହିଥିବା ନାସାର ସହପ୍ରଶାସକ ପାମ ମେଲରୟ କହିଛନ୍ତି । ୧୦ ବିଲିୟନ ଡଲାରର ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପରୁ ଉତ୍ତୋଳିତ ଏହି ଫଟୋ ହେଉଛି ବ୍ରହ୍ମାଣ୍ଡର ସବୁଠାରୁ ଗଭୀରତମ ଦୃଶ୍ୟ | ମଙ୍ଗଳବାର ବ୍ରହ୍ମାଣ୍ଡର ଆଉ ଚାରିଟି ସଟ୍ ଜାରି କରାଯିବ । ହ୍ବାଇଟ୍ ହାଉସର ଏକ ଇଭେଣ୍ଟରେ ଜାରି ହୋଇଥିବା ବ୍ରହ୍ମାଣ୍ଡର “ଡିପ୍ ଫିଲ୍ଡ” ଫଟୋରେ ଉଜ୍ଜ୍ୱଳ ନକ୍ଷତ୍ରମାନଙ୍କ ସମାହାର ଦୃଶ୍ୟମାନ ହେଉଛି । ଜେମ୍ସ ୱେବ୍ ଟେଲିସ୍କୋପ୍ ଅତ୍ୟଧିକ ସଫଳ ତଥା ସବୁଠୁ ପୁରୁଣା ହବଲ୍ ସ୍ପେସ୍ ଟେଲିସ୍କୋପର ଉତ୍ତରାଧିକାରୀ ଭାବରେ ବିବେଚନା କରାଯାଏ |

Also Read  Water spotted at Jupiter's Great Red Spot: NASA

LEAVE A REPLY

Please enter your comment!
Please enter your name here