ନାମାଙ୍କନପତ୍ର ଦାଖଲ କଲେ ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ

0
335
four bjd candidate filed nominations-for-rajya-sabha

ଭୁବନେଶ୍ୱର: ରାଜ୍ୟର ଖାଲିଥିବା ୪ଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କଲେ ବିଜେଡିର ୪ ଜଣ ପ୍ରାର୍ଥୀ । ପ୍ରାର୍ଥୀପତ୍ର ଦା୍ଖଲ କରିଥିବା ୪ ପ୍ରାର୍ଥୀ ହେଲେ ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ ଏବଂ ନିରଞ୍ଜନ ବିଶି। ଏହି ପ୍ରାର୍ଥୀମାନେ ଦଳର ବରିଷ୍ଠ ବିଧାୟକଙ୍କ ଉପସ୍ଥିତିରେ ବିଧାନସଭା ସଚିବାଳୟ ପରିସରରେ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ସୂଚନାଯୋଗ୍ୟ ଯେ ଜୁନ୍ ୧୦ରେ ରାଜ୍ୟର ତିନିଟି ରାଜ୍ୟସଭା ସଭ୍ୟ ପଦବି ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ବିରୋଧୀ ଦଳ କୌଣସି ପ୍ରାର୍ଥୀ ଦେଉନଥିବାରୁ ଶାସକ ଦଳର ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ଜିତିବେ। ସେହିପରି ଜୁନ୍ ୧୩ରେ ଗୋଟିଏ ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ଦିନ ଜୁନ୍ ୨ତାରିଖ ଥିବା ବେଳେ ଏହି ପଦବି ପାଇଁ ବିରୋଧୀ ବି ପ୍ରାର୍ଥୀ ଦେବେନି। ତେଣୁ ଜୁନ୍ ୩ରେ ନାମାଙ୍କନପତ୍ର ଯାଞ୍ଚ ପରେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ।

Also Read  Man Falls From Under Construction Bridge, Dies