ହରିୟାଣାରୁ ୪ ସଂଦିଗ୍ଧ ଖଲିସ୍ତାନୀ ଆତଙ୍କବାଦୀ ଗିରଫ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

0
340
four-khalistani-terrorists-arrested-from-haryanas-karnal

ନୂଆଦିଲ୍ଲୀ: ଦେଶରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଛି ହରିୟଣା ପୋଲିସ । ହରିଆଣାର କର୍ଣ୍ଣଲରୁ ୪ ଜଣ ସଂଦିଗ୍ଧ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। । ଏହି ଆତଙ୍କବାଦୀମାନେ ପଞ୍ଜାବରୁ ଦିଲ୍ଲୀ ଆସୁଥିଲେ। ଏମାନଙ୍କ ଠାରୁ ବିପୁଳ ମାତ୍ରାରେ ଗୁଳିଗୋଳା ଜବତ ହୋଇଛି। କେବଳ ସେତିକି ନୁହେଁ ବାରୁଦ ଭର୍ତ୍ତି ଏକ କଣ୍ଟେନର ମଧ୍ୟ ଜବତ ହୋଇଛି। ଏହି ବାରୁଦ ଆରଡିଏକ୍ସ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ତାଙ୍କ ପାଖରୁ ଗୁଳି ଏବଂ ବାରୁଦ କଣ୍ଟେନର ମିଳିଛି, ଯାହାଦ୍ବାରା ସେମାନେ ବଡ ଧରଣର କୌଣସି ଆକ୍ରମଣ କରିବାର ଯୋଜନା କରିଥିଲେ। କୁହାଯାଉଛି ଯେ ଚାରି ଜଣଙ୍କର ସମ୍ପର୍କ ପଞ୍ଜାବର ଆତଙ୍କବାଦୀ ସଂଗଠନ ବବର ଖାଲସା ଇଣ୍ଟରନ୍ୟାସନାଲ ସହିତ ରହିଛି। ତାଙ୍କୁ ଧରିବା ପରେ ଆଇବି ପଞ୍ଜାବ ପୋଲିସ ଓ ହରିୟାଣା ପୋଲିସ ଜଏଣ୍ଟ ଅପରେସନ୍ ଜାରି ରଖିଛନ୍ତି।

ଗିରଫ ଆତଙ୍କବାଦୀଙ୍କ ପାଖରେ ଅଧିକ ବିସ୍ଫୋରକ ଥିବା ସନ୍ଦେହରେ ସେମାନେ ବ୍ୟବହାର କରୁଥିବା ଗାଡ଼ିକୁ ରୋବଟ ଦ୍ବାରା ଖୋଜାଖୋଜି କରାଯାଇଥିଲା। ସେମାନଙ୍କ ପାଖରୁ ଜବତ ଏତେ ମାତ୍ରାରେ ଗୁଳିଗୋଳା ଓ ବନ୍ଧୁକରୁ ସେମାନେ ରାଜଧାନୀ ଦିଲ୍ଲୀ ସହ ଦେଶରେ ଅନେକ ସ୍ଥାନରେ ବଡ଼ ଧରଣର ଆକ୍ରମଣ କରିବା ଯୋଜନାରେ ଥିଲେ ବୋଲି ସ୍ପଷ୍ଟ ହୋଇଛି ।

ଗିରଫ ଯୁବକଙ୍କ ନାମ ଗୁରୁପ୍ରୀତ, ଅମନଦୀପ, ପରମିନ୍ଦର, ଭୁପିନ୍ଦର ବୋଲି କର୍ନାଲ ପୋଲିସ ଏସପି ଗଙ୍ଗା ରାମ ପୁନିଆ ସୂଚନା ଦେଇଛନ୍ତି। ଖଲିସ୍ତାନୀ ଆତଙ୍କବାଦୀ ରିଣ୍ଡା ଏହି ସବୁ ଅସ୍ତ୍ରଶସ୍ତ୍ର ପାକିସ୍ତାନରୁ ଫିରୋଜପୁରକୁ ଡ୍ରୋନ୍ ମାଧ୍ୟମରେ ପଠାଇଥିଲେ। ଗିରଫ ଆତଙ୍କବାଦୀଙ୍କ ମଧ୍ୟରୁ ତିନିଜଣ ଫିରୋଜପୁରର ଏବଂ ଜଣେ ଲୁଧିଆନାର ବାସିନ୍ଦା।

Also Read  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କୁ ୪ ବର୍ଷ ଜେଲ୍