ଭୁବନେଶ୍ୱର: କାଲି ସାବିତ୍ରୀ ବ୍ରତ । ବ୍ରତ ପୂର୍ବରୁ ଫଳ ବଜାରରେ ଲାଗିଲାଣି ନିଆଁ । ଫଳଠାରୁ ଆରମ୍ଭ କରି ଶାଢ଼ି ଦୋକାନ ପର୍ଯ୍ୟନ୍ତ ସବୁଠି ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଉଛି । ଦର ଅଧିକ ଥିଲେ ବି ସବୁ ବଜାରରେ ଅସମ୍ଭାଳ ଭିଡ଼ ଲାଗିଛି । ଆମ୍ବ କଲୋ ପିଛା ଦର ୧୦୦ଟଙ୍କା ପାର କରି ଯାଇଥିବାବେଳେ ସେଓ କିଲୋ ୨ଶହ ଟଙ୍କା ଉପରେ ରହିଛି । ଲିଚି କଲୋ ପିଛା ଦାମ ୧୨୦ ଟଙ୍କା ଉପରେ ରହିଛି । କମଳା, ଅଂଗୁର କଥା ନକହିବା ଭଲ । ପଣସ , ସପୁରୀ ଦରରେ ବି ହାତ ମାରି ହେଉନି । ହେଲେ, ଓଷା ପାଇଁ ଲୋକମାନେ ବାଧ୍ୟ ହୋଇ କିଲେ ଜାଗାରା କିଏ ଅଧା କିଲୋ କିଣୁଛି ତ ଆଉ କିଏ ଅଢ଼େଇ ଶହ କିଣି କାମ ଚଳାଇବାକୁ ବାଧ୍ୟ ହେଉଛନ୍ତି । କେବଳ ଫଳ ଦୋକାନ କାହିଁକି ପୂଜା ସାମଗ୍ରୀ ଦୋକାନରେ ବି ଭାରି ଭିଡ଼ । ଆଜି ରବିବାର ଛୁଟିଦିନ ଥିବାରୁ ଭଲ ବେପାର ଆଶା ରଖିଛନ୍ତି ବ୍ୟବସାୟୀ । ଗ୍ରାହକଙ୍କ ଚାହିଦାକୁ ଦେଖି ରାସ୍ତାକଡ଼ରୁ ଆରମ୍ଭ କରି ଗଳିକନ୍ଦିରେ ଛୋଟବଡ଼ ଦୋକାନରେ ଚାଲିଛି ସାବିତ୍ରୀ ପାଇଁ ମାର୍କେଟିଂ ।