ପୁଣି ରାଜଧାନୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0
328
hanging-deadbody-recovered-from-bhubaneswar

ଭୁବନେଶ୍ୱର: ପୁଣି ରାଜଧାନୀ ଭୁବନେଶ୍ୱରରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ନିୟୁ ଫରେଷ୍ଟ ପାର୍କ ଅଂଚଳରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର ଜଣଙ୍କ ଖୋର୍ଦ୍ଧା ସରପାରିରେ ଗାଁର ଜ୍ୟୋତି ରଂଜନ ସାହୁ ବୋଲି ଜଣାପଡିଛି । ଜ୍ୟୋତି ଖୋର୍ଦ୍ଧାର ମଳିପଡ଼ା କଲେଜରେ ଯୁକ୍ତ ୩ରେ ପାଠ ପଢ଼ୁଥିଲେ। ତେବେ ତାଙ୍କ ମୃତ୍ୟୁ ପଛର କାରଣ ଏଯାଏ ସ୍ପଷ୍ଟ ହୋଇନି। ସବୁଠୁ ବଡ କଥା ହେଲା ମୃତ ଯୁବକଙ୍କ ହାତରେ ବନ୍ଧା ହୋଇଛି କଡ଼ି। ତେଣୁ ତାଙ୍କୁ କେହି ହତ୍ୟା କରି ଏପରି ଟାଙ୍ଗି ଦେଇଥିବା ସନ୍ଦେହ କରୁଛନ୍ତି ପରିବାର ଲୋକ। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ପ୍ରାଥମିକ ଭାବେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିବା କମିଶନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Also Read  ଘରକୁ ଘର ବୁଲିବା ଯୋଗୁ ବଢ଼ୁଛି ଟିକାକରଣ : ଦୀପାବଳୀରେ ସଚେତନ ହେବାକୁ ପଡ଼ିବ