‘ପୁଷ୍ପା’ ଫିଲ୍ମର ଗୀତରେ ନାଚିଲେ ଛାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

0
472
headmistress-suspended

ଶେରଗଡ଼ : ଗତ ୨୫ ତାରିଖରେ ଭାଇରଲ ହେଇଥିଲା ଏକ ଭିଡିଓ, ଯେଉଁଥିରେ ପୁଷ୍ପା ଫିଲ୍ମର ଲୋକପ୍ରିୟ ଗୀତର ତାଳେ ତାଳେ ଶେରଗଡ଼ ବରମୁଣ୍ଡୁଳି ଅପ୍ ଗ୍ରେଡ୍ ଉଚ୍ଚ ବିଦ୍ୟାଳୟ ସ୍ମାର୍ଟକ୍ଲାସରେ ପିଲାମାନେ ନାଚ କରୁଥିବା ଦେଖିବାକୁ ମିଳିଥିଲା। ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଥିବା ବେଳେ ଏବେ ଚାକିରିରୁ ନିଲମ୍ବିତ ହୋଇଛନ୍ତି ଏକ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ।

ସୂଚନା ଅନୁଯାୟୀ, ବରମୁଣ୍ଡୁଳି ହାଇସ୍କୁଲରେ ଗତ ଏପ୍ରିଲ ୨୫ ତାରିଖରେ ମାଟ୍ରିକ ପିଲାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମୟରେ କିଛି ପିଲା ମୋବାଇଲରୁ ସ୍ମାର୍ଟ ଟିଭିକୁ କନେକ୍ଟ କରି ପୁଷ୍ପା ଓ ଗୁଆଘିଅ ଗୀତରେ କରିଥିଲେ ଜବରଦସ୍ତ ଡ୍ୟାନ୍ସ । ଏହି ଭିଡ଼ିଓ ଭାଇରାଲ ଘଟଣା ପରେ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ଜିଲା ଶିକ୍ଷା ଅଧିକାରୀ । ତଦନ୍ତ ପରେ ଆଜି ଜିଲ୍ଲା ଶିକ୍ଷାଧିକାରୀ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପାଢୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।

Also Read  Pahalgam Terror Attack: High Alert in Bhubaneswar