ଅଣ୍ଡା ସହିତ କେବେ ବି ଖାଆନ୍ତୁ ନାହିଁ ଏହିସବୁ ଜିନିଷ, ଭୟଙ୍କର ହୋଇପାରେ ପରିଣାମ….

0
353
health-tip-do-not-eat-these-foods-with-egg

ଅଣ୍ଡା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ପ୍ରୋଟିନରେ ଭରପୂର ଅଣ୍ଡା ନା କେବଳ ଆମ ମାଂସପେଶୀକୁ ମଜଭୁତ କରିଥାଏ, ବରଂ ହାର୍ଟ ଫଙ୍କସନକୁ ବି ସପୋର୍ଟ କରିଥାଏ। ନ୍ୟୁଟ୍ରିସନର ପାଓ୍ଵାରହାଉସ୍‌ କୁହାଯାଉଥିବା ଅଣ୍ଡା ବ୍ରେକ୍‌ଫାଷ୍ଟରେ ଖିଆ ଯାଉଥିବା ସବୁଠାରୁ ଭଲ ଅପସନ ହୋଇଥାଏ। ହେଲେ ଜାଣି ରଖନ୍ତୁ, ଅଣ୍ଡାର କିଛି ଖାସ୍‌ ଜିନିଷ ସହିତ କମ୍ବିନେସନ ଶରୀର ପାଇଁ ବହୁତ ହାନିକାରକ ହୋଇପାରେ। ଆସନ୍ତୁ ଜାଣିବା, କେଉଁ କେଉଁ ଜିନିଷ ସହିତ ଅଣ୍ଡା ଖାଇବା ଉଚିତ୍‌ ନୁହେଁ।

ଭଜା/ରନ୍ଧା ମାଂସ ଓ ଅଣ୍ଡା: ଅଣ୍ଡା ଓ ଭଜା ମାଂସରେ ଅଧିକ ଫ୍ୟାଟ୍‌ ଏବଂ ପ୍ରୋଟିନ ରହିଥାଏ। ଯଦି ଏହି ଦୁଇଟିର କମ୍ବିନେସନ ଆମେ ଖାଇବା, ତା’ ହେଲେ ଏହା ଆମକୁ ଶକ୍ତିହୀନ କରିଦେବ। ଅଣ୍ଡା ଯାହା ଇନ୍‌ଷ୍ଟାଣ୍ଟ ଏନର୍ଜି ପ୍ରଦାନ କରିଥାଏ, ସେଠି ଭଜା ବା ରନ୍ଧା ମାଂସ ସହିତ ମିଶାଇ ଖାଇଲେ ଅଳସୁଆ ଲାଗିଥାଏ।

ଚିନି ଓ ଅଣ୍ଡା: ଚିନି ସହିତ ଅଣ୍ଡା ଖାଇଲେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହିଛି। ବାସ୍ତବରେ, ଏହି ଦୁଇଟି ଜିନିଷରୁ ବାହାରୁଥିବା ଏମିନୋ ଏସିଡ୍‌ ଏକାଠି ମିଶିଯିବା ପରେ ଶରୀର ପାଇଁ ଟକ୍ସିକ୍‌ ହୋଇ ଯାଇଥାଏ, ଯାହା ରକ୍ତ ଜମାଟ ବାନ୍ଧିବା ସମସ୍ୟାକୁ ବଢ଼ାଇ ଦେଇଥାଏ।

ସୋୟା ମିଲ୍କ ଓ ଅଣ୍ଡା: ଅନେକ ଲୋକ ସେୟା ମିଲ୍କ ସହିତ ଅଣ୍ଡା ସେବନ କରି ଥାଆନ୍ତି। କିନ୍ତୁ ଜାଣିଛନ୍ତି କି, ଯଦି ଆପଣ ଏହି ଦୁଇଟି ଜିନିଷକୁ ଏକସାଥୀରେ ଖାଇବେ, ତ ଶରୀରରେ ପ୍ରୋଟିନର ଅବଶୋଷଣ ପ୍ରକ୍ରିୟା ବାଧିତ ହୋଇଯିବ।

ଚା’ ଓ ଅଣ୍ଡା: ଅନେକ ଜାଗାରେ ଚା’ ସହିତ ଅଣ୍ଡା ଖିଆ ଯାଇଥାଏ। କିନ୍ତୁ ଏମିତି ଖାଇଲେ କୋଷ୍ଠକାଠିନ୍ୟ ସମସ୍ୟା ସୃଷ୍ଟି ହୋଇପାରେ, ଯଦ୍ଦ୍ଵାରା ଆପଣଙ୍କୁ ଆଗକୁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ।

କ୍ଷୀରଜାତ ଜିନିଷ ଓ ଅଣ୍ଡା: ଆହୁରି ବି କେତେକ ଜିନିଷ ଅଛି, ଯାହା ସହିତ ଅଣ୍ଡା ଖାଇବା ଆଦୌ ଉଚିତ୍‌ ନୁହେଁ। ଖାସ୍‌ କରି, ଖରବୁଜ ସହିତ କେବେ ବି ଅଣ୍ଡା ଖାଆନ୍ତୁ ନାହିଁ। ବିନ୍ସ, ଛେନା, କ୍ଷୀର କିମ୍ବା ଏଥିରେ ପ୍ରସ୍ତୁତ ଯେକୌଣସି ଜିନିଷକୁ ଅଣ୍ଡା ସହିତ ଖାଇବାଠୁ ଦୂରେଇ ରୁହନ୍ତୁ।

Also Read  ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କଲେ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ