ତତଲା ତାୱାରେ ଭାଜି ହେଉଛି ସାରା ଓଡିଶା; ଦିନ ସାଢ଼େ ୧୧ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ

0
244

ଭୁବନେଶ୍ୱର : ତତଲା ତାୱାରେ ଭାଜି ହେଉଛି ସାରା ଓଡିଶା । ଗତ କିଛି ଦିନ ହେବ ରାଜ୍ୟରେ ଅଧିକାଂଶ ଜିଲାରେ ପ୍ରଚଣ୍ଡ ଖରା ଅନୁଭବ ହେଉଛି। ଏକ ସପ୍ତାହ ମଧ୍ୟରେ ବଲାଙ୍ଗୀର,ଅନୁଗୁଳ ଆଦି ସ୍ଥାନରେ ସର୍ବାଧିକ ତାପମାତ୍ରା ଅନୁଭବ ହେଉଥିବା ବେଳେ ଆଜି ଖରା ତାତିରେ ରେକର୍ଡ ଭାଙ୍ଗିଛି ରାଜଧାନୀ ଭୁବନେଶ୍ୱର। ମୁଣ୍ଡଫଟା ଖରା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଦିନ ସାଢେ ୧୧ଟାରେ ସୁଦ୍ଧା ୪୦ ଡିଗ୍ରୀ ତାପମାତ୍ରା ଛୁଇଁଲା ରାଜଧାନୀ।

୪୦ ଡିଗ୍ରୀ ସହ ସବୁଠାରୁ ଉତ୍ତପ୍ତ ସହର ଭୁବନେଶ୍ୱର। ଝାରସୁଗୁଡା ଓ ଚାନ୍ଦବାଲି ୩୭.୮,ବାଲେଶ୍ୱର ୩୭.୨ ଡିଗ୍ରୀ ରେକର୍ଡ କରାଯାଇଛି। ଖରା ପାଇଁ ସଭିଏଁ ଟ୍ରାଫିକ୍‍ ହେଉ ଅଥବା ରାସ୍ତାରେ ଛାଇ ପାଇବା ମାତ୍ରେ ଠିଆ ହୋଇ ପୁଣି ନିଜ କାର୍ଯ୍ୟରେ ଯାଉଛନ୍ତି। ତେବେ ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଆଜି ଭୁବନେଶ୍ୱର ଖରା ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି।

Also Read  ଆଜି 'ବିଶ୍ୱ ପଖାଳ ଦିବସ', ପ୍ରତି ଓଡିଆଙ୍କ ଗର୍ବ ଓ ଗୌରବ ଏବଂ ଅତି ପ୍ରିୟ