ଲଘୁଚାପ ବର୍ଷାରେ ଆଜି ବି ଭିଜିବ ସାରା ଓଡିଶା, ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣଂ ଜାରି

0
222
Heavy Rains Predicted In Odisha: SRC Asks Collectors Remain Prepared
Heavy Rains Predicted In Odisha: SRC Asks Collectors Remain Prepared

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ପ୍ରବଳ ବର୍ଷାରେ ବେହାଲ ଉପକୂଳ ଓଡ଼ିଶା । ଆଜି ଓ କାଲି ଦୁଇ ଦିନ ବର୍ଷାରୁ ନିସ୍ତାର ନାହିଁ । ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ଓ ୧୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣଂ ଜାରି ହୋଇଛି । ଏହି ୯ ଜିଲ୍ଲା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବୌଦ୍ଧ, ସୋନପୁର, ବରଗଡ଼, ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀକୁ ଅରେଞ୍ଜ ଓ୍ଵାର୍ଣ୍ଣଂ ଦେଇଛି ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲାର କିଛି ସ୍ଥାନରେ ୭ରୁ ୨୦ ସେଣ୍ଟିମିଟର ଯାଏ ବର୍ଷା ସମ୍ଭାବନା ରହିଛି । ଛତିଶଗଡ଼ରେ ଲଗାଣ ବର୍ଷା ଯୋଗୁ କଲମା ବ୍ୟାରେଜରୁ ଅନେକ ଗେଟ ଖୋଲାଯାଇଛି । ଫଳରେ ବଢୁଛି ହୀରାକୁଦ ଡ୍ୟାମ୍‌ ଜଳସ୍ତର ।

ତେବେ ପ୍ରବଳ ବର୍ଷାରେ ତଳି ଅଞ୍ଚଳ ଜଳମଗ୍ନ ହେବ । ବର୍ଷା ସମୟରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବ । ଏଥିପାଇଁ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ମନା କରାଯାଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Also Read  ବର୍ଷା-ଅନୁଭବ ବିବାଦ: ସାଇବର ଥାନାରେ ଅନୁଭବଙ୍କ ନାଁରେ ଏତେଲା ଦେଲେ ବର୍ଷା ପ୍ରିୟଦର୍ଶିନୀ

LEAVE A REPLY

Please enter your comment!
Please enter your name here