ପ୍ରବଳ ବର୍ଷାରେ ଭିଜିବ ଓଡ଼ିଶା; ଆସୁଛି ଆଉ ଦୁଇ ଲଘୁଚାପ

0
455
Heavy rainfall alert for odisha

ଭୁବନେଶ୍ୱର: ଭିଜିବ ସାରା ଓଡିଶା । ଆସୁଛି ଆଉ ଦୁଇଟି ଲଘୁଚାପ । ଚଳିତ ମାସର ପ୍ରଥମ ଲଘୁଚାପ ଅବପାତର ରୂପ ନେବା ସହ ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ହୋଇଛି ।ଏହା ସତ୍ତ୍ବେ ରାଜ୍ୟରେ ବର୍ଷା ଲାଗିରହିଛି । ଏବେ ପୁଣି ଆଉ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଫଳରେ ଆସନ୍ତା ୨୦ ତାରିଖ ଯାଏଁ ବର୍ଷାରୁ ନିସ୍ତାର ମିଳିବନି। ସପ୍ତାହକ ମଧ୍ୟରେ ଆଉ ଦୁଇଟି ସମ୍ଭାବ୍ୟ ଲଘୁଚାପ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆଶଙ୍କା ରହିଛି। ଗୋଟିଏ ଲଘୁଚାପ ଆସନ୍ତା ୧୩ ଓ ଅନ୍ୟଟି ୧୭ରେ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ଲଘୁଚାପ ଦ୍ବାରା ଉପକୂଳ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷକରି ୧୪ ଓ ୧୭ ତାରିଖରେ ଅତିପ୍ରବଳ ବର୍ଷା ହୋଇପାରେ।

ଚଳିତ ମାସର ପ୍ରଥମ ଲଘୁଚାପରେ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଥିଲା। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୧୪ ଓ ୧୫ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ଭୁବନେଶ୍ବର ଓ କଟକ ସହର ସମେତ ଉପକୂଳ ଓଡ଼ିଶାର ଜିଲାଗୁଡିକରେ ବର୍ଷା ପରିମାଣ ବୃଦ୍ଧି ପାଇବ।

Also Read  କେନ୍ଦ୍ର ସରକାରଙ୍କ ୟୁ-ଟର୍ଣ୍ଣ: ଆଧାର ଅପବ୍ୟବହାର ସମ୍ପର୍କିତ ଆଡଭାଇଜରୀ କଲେ ପ୍ରତ୍ୟାହାର