୨-୩ ଦିନ ମଧ୍ୟରେ ସାରା ଓଡ଼ିଶାରେ ବଢ଼ିବ ତାତି, ୧୫ ଓ ୧୬ରେ ୫ ଜିଲ୍ଲାକୁ ହିଟ୍‍ ୱେଭ୍‍ ୱାର୍ଣ୍ଣିଂ

0
479
temperature-likely-to-increase-by-2-3-degrees-celsius in odisha

ଭୁବନେଶ୍ୱର: ରାଜ୍ୟରେ ବଢୁଛି ତାତି । ଆଗାମୀ ଦୁଇ ଦିନରେ ଆହୁରି ବଢ଼ିବ । ଦିନର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଯିବ । ବର୍ତ୍ତମାନ ରାଜ୍ୟରେ ତାପମାତ୍ରା କ୍ରମଶଃ ବଢ଼଼ୁଥିବା ବେଳେ ଆସନ୍ତା ୨-୩ ଦିନ ମଧ୍ୟରେ ଦିନବେଳା ତାପମାତ୍ରାରେ ଆହୁରି ୨ରୁ ୩ ଡିଗ୍ରୀ ସେଲସିୟସ୍‍ ବୃଦ୍ଧି ଘଟିବ। ୧୫ ଓ ୧୬ ତାରିଖ ବେଳକୁ ରାଜ୍ୟର କେତେକ ଜିଲ୍ଲାରେ ହିଟ୍‍ ୱେଭ ପରିସ୍ଥିତି ଦେଖାଦେଇପାରେ। ଶନିବାର ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦ୍ର ପକ୍ଷରୁ ହୋଇଥିବା ପୂର୍ବାନୁମାନ ଅନୁଯାୟୀ ୧୫ ତାରିଖରେ ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାକୁ ହିଟ୍‍ ୱେଭ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ୧୬ ତାରିଖ ପାଇଁ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୋଳ, ନୟାଗଡ଼଼ ଓ ଖୋର୍ଦ୍ଧା ଜିଲ୍ଲାକୁ ହିଟ୍‍ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି।

ଏପଟେ ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ର ନାଥ ପଶୁପାଳକ ମଧ୍ୟ ମାର୍ଚ୍ଚ ତୃତୀୟ ସପ୍ତାହ ବେଳକୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ଗରମ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛନ୍ତି। ଏନେଇ ସେ ସୂଚନା ଦେଇ କହିଛନ୍ତି ଯେ ଆସନ୍ତା ସପ୍ତାହରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବଢ଼଼ିବାକୁ ଯାଉଥିବା ବେଳେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅପେକ୍ଷାକୃତ ଅଧିକ ଗରମ ରହିବ। ରାଜ୍ୟକୁ ବର୍ତ୍ତମାନ ଉତ୍ତର-ପଶ୍ଚିମ ଭାରତ ଓ ସଂଲଗ୍ନିତ ପାକିସ୍ତାନ ଅଞ୍ଚଳରୁ ପବନ ପ୍ରବେଶ କରୁଛି। ଗତକାଲିଠାରୁ ସେଠାରେ ତାପମାତ୍ରା ବିଶେଷ ଭାବେ ବଢ଼଼ୁଛି। ଏଣୁ ସେଠାରୁ ଗରମ ପବନ ଶୁଷ୍କ କେନ୍ଦ୍ରୀୟ ଭାରତ ଦେଇ ରାଜ୍ୟକୁ ଆସିବାରୁ ରାଜ୍ୟରେ ଗରମ ବଢ଼଼ିବ। ଏହା ସହିତ ପାଗ ଶୁଖିଲା ଏବଂ ଖରାଟିଆ ଯୋଗୁଁ ତାପମାତ୍ରା ବଢ଼଼ିବ ବୋଲି ସେ କହିଛନ୍ତି।

Also Read  ICG seizes betel nuts worth Rs 1 crore from fishing boat in Odisha