କନ୍ଧମାଳ ପୋଲିସକୁ ସଫଳତା: ବିପୁଳ ପରିମାଣର ମାଓ ସାମଗ୍ରୀ, ବିସ୍ପୋରକ ସରଞ୍ଜାମ ଜବତ

0
355
Huge quantities of Maoist materials, explosives were seized by kndamal police

ଫୁଲବାଣୀ: କୁମ୍ବିଂ ଅପରେସନରେ କନ୍ଧମାଳ ପୋଲିସକୁ ମିଳିଛି ବଡ଼ ସଫଳତା। ଏସଓଜି ଓ ଡ଼ିଭିଏଫ ଯବାନମାନେ ଗୋଛାପଡା ଥାନା ଅନ୍ତର୍ଗତ ଶାସିକେତା ଜଙ୍ଗଲରେ ମାଓ କ୍ୟାମ୍ପ ଉପରେ ଚଢ଼ାଉ କରିଛନ୍ତି । ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଥିବା ନେଇ ରବିବାର କନ୍ଧମାଳ ଏସପି ଭିନୀତ ଅଗ୍ରଵାଲା ସୂଚନା ଦେଇଛନ୍ତି । ଜବତ ହୋଇଛି ବିପୁଳ ମାତ୍ରାର ବିସ୍ଫୋରକ ଓ ମାଓ ବ୍ୟବହୃତ ସାମଗ୍ରୀ। ଜବତ ସାମଗ୍ରୀ ମଧ୍ୟରେ ରହିଛି ୧୭ଟି ଜିଲୋଟିନ୍ ଷ୍ଟିକ୍, ଇନସାସ ମାଗାଜିନ୍, ମାଗାଜିନ ପ୍ରସ୍ତୁତ ଉପକରଣ, ମାଓ ୟୁନିଫର୍ମ ଓ ସାହିତ୍ୟ, ଔଷଧ, ଗର୍ଭ ନିରୋଧକ ବଟିକା, ସୈର ଉପକରଣ ଆଦି। କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ସଶିକେତା ଗ୍ରାମ ନିକଟରୁ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ବେଳେ ଏ ସବୁ ସାମଗ୍ରୀ ଜବତ କରାଯାଇଛି।

ସ୍ଥାନୀୟ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଏସପି ବିନିତ ଅଗ୍ରଓ୍ବାଲ ଉପରୋକ୍ତ ସୂଚନା ଦେଇଛନ୍ତି। ଗୁଇନ୍ଦା ସୂତ୍ରରୁ ଖବର ପାଇ ଜିଲ୍ଲା ପୋଲିସ, ସ୍ପେଶାଲ୍ ଅପରେସନ୍ ଗ୍ରୁପ୍ ଏବଂ ଡିଭିଏଫ୍ ଯବାନଙ୍କ ଦ୍ବାରା ମିଳିତ କୁମ୍ବିଂ ଅପରେସନ୍ କରାଯାଇଥିଲା। ଅପରେସନ ବେଳେ ସଶୀକେତା ଗ୍ରାମ ନିକଟ ଜଙ୍ଗଲରେ ଥିବା ଏକ ପଥର କୋରଡ଼ ମଧ୍ୟରେ ଲୁଚାଇ ରଖା ଯାଇଥିବା ଏହି ସବୁ ସାମଗ୍ରୀ ଠାବ କରିଥିଲା ପୋଲିସ ବାହିନୀ। ମାଓବାଦୀମାନେ ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଅନୁମାନ କରାଯାଉଛି। ସେମାନେ ଅଭ୍ୟାସ ତଥା ବିଶ୍ରାମ ପାଇଁ ଏହି ସ୍ଥାନ ଉପଯୋଗ କରୁଥିଲେ। ମାଓବାଦୀଙ୍କ କେକେବିଏନ୍ ଗ୍ରୁପ୍ ସମ୍ପୃକ୍ତ ଥିବା ଆକଳନ କରାଯାଉଛି।

Also Read  ଦିଲ୍ଲୀରେ ମଙ୍କିପକ୍ସର ଆଉ ଏକ ସନ୍ଦିଗ୍ଧ ମାମଲା : ସବୁ ରାଜ୍ୟରେ ଆଲର୍ଟ