ସ୍ତ୍ରୀର ମୁଣ୍ଡ କାଟି ମାଟିରେ ପୋତିଲା ହତ୍ୟାକାରୀ ସୈତାନ ସ୍ୱାମୀ, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

0
532
husband-killed-his-wife-in-karanjia

କରଞ୍ଜିଆ: ସୈତାନ ସ୍ୱାମୀର ବିଭତ୍ସ ହତ୍ୟାକାଣ୍ଡ । ନିଜ ସ୍ତ୍ରୀର ମୁଣ୍ଡ କାଟି ମାଟିରେ ପୋତିଦେଲା ହତ୍ୟାକାରୀ ସ୍ୱାମୀ । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ହାତୀଗୋଡ଼ା ଗ୍ରାମରେ ଘଟିଛି ଏହି ହତ୍ୟାକାଣ୍ଡ। ସ୍ତ୍ରୀର ମୁଣ୍ଡକୁ କଟୁରିରେ କାଟି ହତ୍ୟା କରିଛି ସ୍ୱାମୀ। ଶୁକ୍ରବାର ସକାଳ ପ୍ରାୟ ୯ ଟା ସମୟରେ ଗ୍ରାମର ରାଜେନ୍ଦ୍ର ମହାକୁଡ଼ ତାର ସ୍ତ୍ରୀ ପ୍ରତିମାକୁ ନିଜ ଘରଭିତରେ ଏକ କଟୁରି ନେଇ ମୁଣ୍ଡକୁ କାଟି ମୁଣ୍ଡ ଓ ଗଣ୍ଡିକୁ ଅଲଗା କରି ଦେଇଛି।

ହତ୍ୟା କରିବା ପରେ ମୁଣ୍ଡକୁ ତାଙ୍କ ଘର ଛେଳି ଗୁହାଳ ଭିତରେ ମାଟି ଖୋଳି ପୋତି ଦେଇଥିବା ବେଳେ ହତ୍ୟାକାଣ୍ଡ ସ୍ଥଳରେ ଘର ଭିତରେ ମୁଣ୍ଡ ବିହୀନ ଦେହ ପଡି ରହିଛି। ସ୍ତ୍ରୀକୁ ହତ୍ୟା କରିବା ପରେ ହତ୍ୟାକାରୀ ରାଜେନ୍ଦ୍ର ବ୍ୟବହୃତ କଟୁରି ନେଇ ଠାକୁରମୁଣ୍ଡା ଥାନାରେ ଆତ୍ମସମର୍ପଣ କରିଛି। ଥାନା ରେ ଆତ୍ମସମର୍ପଣ କରିବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡର କାରଣ ଜଣ ତାହା ଜଣା ପଡ଼ିନାହିଁ। ହତ୍ୟାକାଣ୍ଡ ସ୍ଥଳକୁ ତଦନ୍ତ କରିବାକୁ ସାଇଣ୍ଟିଫିକ ଟିମ ଆସୁଥିବାର ଜଣାଯାଇଛି।

Also Read  Bhitarkanika to Remain Shut for Visitors From January 14 to 22