ଜାମ୍ମୁ-କଶ୍ମୀରରେ ୨୦ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି

0
757
Domestically Produced Crude Oil

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିବା ଏବଂ ରାଜ୍ୟ ମାନ୍ୟତା ହରାଇବା ପରେ ପ୍ରଥମ ଜାମ୍ମୁ କାଶ୍ମୀର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାତୀୟ ପଞ୍ଚାୟତିରାଜ ଦିବସ ଉପଲକ୍ଷେ ମୋଦି ଜାମ୍ମୁ କାଶ୍ମୀରର ପାଲ୍ଲି ପଞ୍ଚାୟତରୁ ଦେଶବ୍ୟାପୀ ପଞ୍ଚାୟତଗୁଡ଼ିକୁ ଉଦବୋଧନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଜାମ୍ମୁ କାଶ୍ମୀରର ୩୦ ହଜାରରୁ ଅଧିକ ପଂଚାୟତିରାଜ ଅନୁଷ୍ଠାନ ସଦସ୍ୟଙ୍କୁ ଉଦବୋଧନ ଦେଇଛନ୍ତି । ଦେଶର ଅନ୍ୟ ପଞ୍ଚାୟତିରାଜ ଅନୁଷ୍ଠାନ ସଦସ୍ୟମାନେ ଭର୍ଚୁଆଲରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

ଜାମ୍ମୁ ଗସ୍ତ ଅବସରରେ ମୋଦୀ ୨୦ ହଜାର କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ସାମ୍ବା ଜିଲ୍ଲାର ପାଲ୍ଲିରେ ୫୦୦ କିଲୋୱାଟରେ ଏକ ସୌର ଶକ୍ତି କେନ୍ଦ୍ରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ଦେଶରେ ପ୍ରଥମ କାର୍ବନ୍ ନ୍ୟୁଟ୍ରାଲ ପଞ୍ଚାୟତ ହେବ । ଏହା ସହ ପ୍ରଧାନମନ୍ତ୍ରୀ ବନିହାଲ କାଜିଗଣ୍ଡ ରାସ୍ତା ସୁଡଙ୍ଗର ଉଦଘାଟନ ମଧ୍ୟ କରିଛନ୍ତି । ୮ ଦଶମିକ ୪୫ କିଲୋମିଟର ଲମ୍ବର ଏହି ସୁଡଙ୍ଗ ରାସ୍ତା ବନିହାଲ ଏବଂ କାଜିଗଣ୍ଡ ମଧ୍ୟରେ ରାସ୍ତା ଦୂରତା ୧୬ କିଲୋମିଟର କମିବ । ଏହା ସହ ଯାତ୍ରା ସମୟ ମଧ୍ୟ ପ୍ରାୟ ଦେଢ ଘଣ୍ଟା ହ୍ରାସ ପାଇବ ।

Also Read  ୟୁକ୍ରେନର ରେଳ ଷ୍ଟେସନ ଉପରେ ରୁଷର ରକେଟ ମାଡ଼, ୩୦ ମୃତ

LEAVE A REPLY

Please enter your comment!
Please enter your name here