ବଢିଲା ଗୃହ ନିର୍ମାଣ ଋଣ ସହାୟତା ପରିମାଣ; ୮% ସୁଧରେ ସରକାରୀ କର୍ମଚାରୀ ପାଇବେ ୪୦ ଲକ୍ଷ ପର୍ଯ୍ୟନ୍ତ ଋଣ

0
199

ଭୁବନେଶ୍ବର: ସପ୍ତମ ବେତନ କମିସନ ସୁପାରିଶ ଭିତ୍ତିରେ ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କ ପାଇଁ ଗୃହ ନିର୍ମାଣ ସହାୟତା ରାଶିକୁ ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ସୁଧହାର ପରିମାଣ ମଧ୍ୟ କମାଯାଇ ୮ ପ୍ରତିଶତ ରଖାଯାଇଛି। ଏହି ଋଣ ୬୦-୪୦ ଅନୁପାତରେ ଦୁଇଟି ପର୍ଯ୍ୟାୟରେ କର୍ମଚାରୀମାନଙ୍କୁ ଦିଆଯିବ।

ପୂର୍ବରୁ ୨୦୧୦ରେ ଲାଗୁ କରାଯାଇଥିବା ଗୃହ ନିର୍ମାଣ ସହାୟତା ନିୟମ ଅନୁଯାୟୀ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଛି ଏବଂ ଏଥିରେ ସର୍ବାଧିକ ସୁଧ ହାର ୧୧.୫ ପ୍ରତିଶତ ଥିଲା। ବର୍ତ୍ତମାନ ଗୃହ ନିର୍ମାଣ ସହାୟତା ପରିମାଣ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବା ସହିତ ସୁଧ ପରିମାଣ ୮ ପ୍ରତିଶତକୁ ହ୍ରାସ କରାଯାଇଛି । ଜାତୀୟ ପେନ୍ସନ ସ୍କିମ୍ ଅଧୀନସ୍ଥ କର୍ମଚାରୀଙ୍କ ସହିତ ସମସ୍ତ ସ୍ଥାୟୀ ସରକାରୀ କର୍ମଚାରୀ ଏହି ସହାୟତା ପାଇପାରିବେ।

Also Read  ଜାମିନ ଖାରଜ ହେବା ପରେ ବାଣପୁର ସବ ଜେଲ ଗଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

LEAVE A REPLY

Please enter your comment!
Please enter your name here