ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟକୁ ୩ ଦିନ ଭିତରେ ଜିତି ନେଇଛି ଟିମ୍ ଇଣ୍ଡିଆ। ଟିମ୍ ଇଣ୍ଡିଆ ବେଙ୍ଗୁଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇ ଥିବା ପିଙ୍କ ବଲ୍ ଟେଷ୍ଟ ମ୍ୟାଚ୍ରେ ଶ୍ରୀଲଙ୍କାକୁ ୨୩୮ ରନରେ ହରାଇ ଦେଇଛି ଏବଂ ସିରିଜ୍କୁ ୨-୦ରେ ଜିତି ନିଜ ନାଁରେ କରି ନେଇଛି ।
ପ୍ରଥମେ ବ୍ୟାଟିଂ କରି ଭାରତ 238 ରନ୍ ସଂଗ୍ରହ କରିଥିଲା । ସେପଟେ ଦ୍ୱିତୀୟ ଇଂନିସରେ ଭାରତକୁ ପିଛା କରିି ଶ୍ରୀଲଙ୍କା ୨୦୮ ରନରେ ଅଟକିଯାଇଥିଲା । ଅର୍ଥାତ ୨୦୮ ରନ ସୁଦ୍ଧା ଦଳ ତାହାର ସମସ୍ତ ୱିକେଟ ହରାଇବସିଥିଲା । ଶେଷ ଇଂନିସରେ ରବିଚନ୍ଦ୍ରନ ଅଶ୍ୱିନୀ ଓ ବୁମରାହ ଦମଦାର ବୋଲିଂ କରି ଶ୍ରୀଲଙ୍କା ଟିମକୁ ଧରାଶାୟୀ କରିଥିଲେ । ଫଳରେ ମ୍ୟାଚକୁ ସହଜରେ ଜିତି ନେବା ସହ ଭାରତ ୨-୦ରେ ଟେଷ୍ଟ ସିରିଜ ପୋଛି ନେଇଛି ।