ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡିଲେ ଧୋନି, ରବୀନ୍ଦ୍ର ଜାଡ଼େଜା ସିଏସକେର ନୂଆ କ୍ୟାପଟେନ୍

0
270
MS Dhoni hands over captaincy of Chennai Super Kings to Ravindra Jadeja

ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିଅର ଲିଗ୍ (ଆଇପିଏଲ)ରେ ବଡ ଧରଣର ଅଦଳବଦଳି । ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକ ପଦରୁ ଇସ୍ତଫା ଦେଲେ ମହେନ୍ଦ୍ର ସିଂହ ଧୋନି । ଧୋନିଙ୍କ ସ୍ଥାନରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଚଳିତ ଆଇପିଏଲ୍‌ ରେ ଜାଡେଜାଙ୍କ ନେତୃତ୍ବରେ ଖେଳିବ ଚେନ୍ନାଇ ସୁପର କିଙ୍ଗସ୍‌ । ୨୦୧୨ ମସିହାରୁ ଚେନ୍ନାଇ ସୁପର କିଙ୍ଗ୍ସ ସହ ଜଡ଼ିତ ରବୀନ୍ଦ୍ର ଜାଡ଼େଜା । ସେ ଦଳର ତୃତୀୟ ଖେଳାଳି ଭାବେ ସିଏସକେର ଅଧିନାୟକ ଦାୟିତ୍ୱ ତୁଲାଇବେ ।

୨୦୦୮ରୁ ଅର୍ଥାତ ୧୨ ବର୍ଷ ହେଲା ମହେନ୍ଦ୍ର ସିଂହ ଧୋନି ଚେନ୍ନାଇର ଅଧିନାୟକ ଭାବେ କାର୍ଯ୍ୟ କରି ଆସୁଥିଲେ। ତାଙ୍କ କ୍ୟାପ୍ଟେନ୍ସିରେ ଚେନ୍ନାଇ ୪ ଥର ଚାମ୍ପିୟନ ହୋଇଥିବାବେଳେ ୫ଥର ରନର୍ସଅପ୍‌ ହୋଇଛି ଦଳ । କେବଳ ୨୦୧୬ ଓ ୨୦୧୭ରେ ଚେନ୍ନାଇ ଆଇପିଏଲରେ ବ୍ୟାନ୍‌ ହୋଇଥିଲା। ବାକି ସବୁ ସଂସ୍କରଣରେ ଧୋନି ହିଁ ଦଳର ନେତୃତ୍ୱ ନେଇଥିଲେ।

ସିଜିନ୍ ୨୦୨୨ ପାଇଁ ମୋଟ ୪ ଜଣ ଖେଳାଳିଙ୍କୁ ରିଟେନ୍ କରିଥିଲା ଚେନ୍ନାଇ । ଜାଡେଜାଙ୍କୁ ଦଳ ୧୬ କୋଟି ଟଙ୍କାରେ କିଣିଥିଲା । ଅନ୍ୟପଟେ ଧୋନୀଙ୍କୁ ସିଏସ୍‌କେ ଫ୍ରାଞ୍ଚାଇଜ୍‌ ୧୨ କୋଟି ଟଙ୍କାରେ ରିଟେନ୍ କରିଥିଲା ।

Also Read  ମା’ ଝିଅଙ୍କୁ ଛୁରାମାଡ଼ ମାମଲା : ଡିସଚାର୍ଜ ପରେ ରୂପେଶଙ୍କୁ ଅଟକ ରଖିଲା ପୁଲିସ୍‌

LEAVE A REPLY

Please enter your comment!
Please enter your name here