ଟାଇଗର-ଦିଶା ପଟାନିଙ୍କ ବ୍ରେକ୍‌ଅପ୍‌କୁ ନେଇ କିଛି ଏପରି କହିଲେ ଜ୍ୟାକି ଶ୍ରଫ…

0
482
jackie-shroff-reacted-on-tiger-and-disha-patani-breakup

ନୂଆଦିଲ୍ଲୀ: ଟାଇଗର ଶ୍ରଫ ଏବଂ ଦିଶା ପଟାନି ସେମାନଙ୍କ ବ୍ରେକଅପ୍‌କୁ ନେଇ ଏବେ ଚର୍ଚ୍ଚାରେ । ଦୁହେଁ ପରସ୍ପରକୁ ୬ ବର୍ଷ ଧରି ଡେଟ୍ କରିବା ପରେ ଅଲଗା ହୋଇଯାଇଛନ୍ତି। ଗତ ବର୍ଷ ଠାରୁ ଦୁହିଁଙ୍କ ମଧ୍ୟରେ କିଛି ଠିକ୍ ଚାଲୁନଥିଲା, ଯେଉଁ କାରଣରୁ ଟାଇଗର ଏବଂ ଦିଶା ଶେଷରେ ରାସ୍ତା ଅଲଗା କରିବାକୁ ନିଷ୍ପତ୍ତି ନେଲେ। ଦିଶା ପାଟନୀଙ୍କ ଫିଲ୍ମ ‘ଏକ ଭିଲେନ୍ ରିଟର୍ନସ୍’ ଖୁବ୍‌ଶୀଘ୍ର ରିଲିଜ୍ ହେବାକୁ ଯାଉଛି। ଏହି ସମୟରେ ଟାଇଗର ଶ୍ରଫଙ୍କ ସହ ତାଙ୍କର ବ୍ରେକଅପ୍ ଖବର ପ୍ରଶଂସକମାନଙ୍କୁ ନିରାଶ କରିଛି । ପ୍ରଶଂସକମାନେ ସେମାନଙ୍କ ବିବାହକୁ ଅପେକ୍ଷା କରିଥିବାବେଳେ ବ୍ରେକ୍‌ଅପ୍‌ ଖବର ସେମାନଙ୍କୁ ନିରାଶ କରିଛି। ତେବେ ଏହି ପ୍ରସଙ୍ଗରେ ଟାଇଗରଙ୍କ ପିତା ଜ୍ୟାକି ଶ୍ରଫଙ୍କ ବିବୃତ୍ତି ପ୍ରଶଂସକଙ୍କୁ ସାନ୍ତ୍ୱନା ଦେଇଛି । ବର୍ତ୍ତମାନ ଦୁହିଁଙ୍କ ବ୍ରେକଅପ୍ ଖବରକୁ ନେଇ ଅଭିନେତାଙ୍କ ବାପ ଜ୍ୟାକି ଶ୍ରଫ ପ୍ରତିକ୍ରିୟା ରଖିଛନ୍ତି।

ଜ୍ୟାକିଙ୍କ କହିବାନୁଯାୟୀ, ଉଭୟଙ୍କ ପ୍ରେମ କାହାଣୀ ଭଲ ଚାଲିଛି। ସେମାନେ ସର୍ବଦା ବନ୍ଧୁ ଥିଲେ ଏବଂ ବର୍ତ୍ତମାନ ମଧ୍ୟ ଅଛନ୍ତି। ଦୁହେଁ ଏକାଠି ବାହାରକୁ ଯାଉଥିବାର ଦେଖୁଛି। ତା’ ଅର୍ଥ ନୁହେଁ ଯେ, ମୁଁ ମୋ ପୁଅର ପ୍ରେମ ଜୀବନ ଉପରେ ନଜର ରଖୁଛି। ମୁଁ ସେମାନଙ୍କ ଗୋପନୀୟତାରେ ହସ୍ତକ୍ଷେପ କରିବାକୁ ଚାହୁଁନାହିଁ। କିନ୍ତୁ ଭାବୁଛି ଦୁହେଁ ଘନିଷ୍ଠ ବନ୍ଧୁ। କାମ ବ୍ୟତୀତ ଦୁହେଁ ପରସ୍ପର ସହିତ ସମୟ ବିତାନ୍ତି।

ଜ୍ୟାକି ଆହୁରି କହିଛନ୍ତି, “ସେମାନେ ପରସ୍ପର ସହ ରହିବାକୁ ଚାହାଁନ୍ତି କି ନାହିଁ ତାହା ସେମାନଙ୍କ ଉପରେ ନିର୍ଭର କରେ। ଏହା ତାଙ୍କ ପ୍ରେମ କାହାଣୀ, ଯେପରି ମୋର ଏବଂ ମୋ ପତ୍ନୀ ଆୟେଶାଙ୍କ କାହାଣୀ। ଦିଶାଙ୍କ ସହ ଆମର ଭଲ ଇକ୍ୱେସନ ଅଛି ଏବଂ ସେମାନେ ପରସ୍ପର ସହ ଖୁସିରେ ଅଛନ୍ତି। ”

Also Read  Entertainment: Fitness lover of Bollywood, Tiger Shroff: New Brand Ambassador of Garnier Men