ସଙ୍କଟରେ ଶ୍ରୀଲଙ୍କା: ନିଜ ଦେଶର ପରିସ୍ଥିତି ଦେଖି ଦୁଃଖରେ ଭାଙ୍ଗିପଡ଼ିଲେ ଜ୍ୟାକ୍‌ଲିନ୍

0
533
Jacqueline was devastated by the situation in Sri Lanka

ନୂଆଦିଲ୍ଲୀ: ଉଗ୍ର ହେବାରେ ଲାଗିଛି ଶ୍ରୀଲଙ୍କା ସଙ୍କଟ । ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ଯୋଗୁ ସାରା ଦେଶରେ ଜାରି ରହିଛି ବିକ୍ଷୋଭ । ଶ୍ରୀଲଙ୍କା ଏବେ ଗମ୍ଭୀର ଅର୍ଥନୈତିକ ସଙ୍କଟର ସାମ୍ନା କରୁଛି। ଦେଶର ବିଦେଶୀ ମୁଦ୍ରା ପାଣ୍ଠି ଏକ ପ୍ରକାର ସରିଯାଇଛି କହିଲେ ଚଳେ। ଏଥିପାଇଁ ସ୍ଵର୍ଣ୍ଣର ଶ୍ରୀଲଙ୍କା ନା କିଛି କିଣିପାରୁଛି ନା କିଛି ରପ୍ତାନୀ କରିପାରୁଛି। ଇନ୍ଧନ ନଥିବାରୁ ଅନ୍ଧାରରେ ବୁଡିଛି ଦେଶ। ପରିବହନ ବି ଠପ୍। ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ଆକାଶ ଛୁଆଁ ହେଲାଣି। ଚାଉଳ କେଜି ୨୪୦, ନଡିଆ ତେଲର ଦାମ ୮୫୦, କ୍ଷୀର ପ୍ୟାକେଟ୍ ୧୯୦୦ ଓ ଅଣ୍ଡା ଗୋଟି ୩୫ ସିଂହଳୀ ଟଙ୍କା। ଏଥିରେ ସାଧାରଣ ଲୋକ କିଣିବ ତ କ’ଣ କିଣିବ ?

ଦେଶରେ ଏମିତି ସ୍ଥିତିରେ ତେଜିଛି ଦନ ଅସନ୍ତୋଷର ସ୍ୱର। ତାରିଆଡେ ବିଦ୍ରୋହର ନିଆଁ। ଜଳୁଛି ଦ୍ୱୀପ ଦେଶ ଶ୍ରୀଲଙ୍କା। ସାରା ବିଶ୍ୱ ମୁହଁରେ ବର୍ତ୍ତମାନ ଦୁଇଟି କଥା, ଗୋଟିଏ ଋଷ-ୟୁକ୍ରେନ୍ ଯୁଦ୍ଧ ଓ ଅନ୍ୟଟି ଶ୍ରୀଲଙ୍କାର ଶ୍ରୀହୀନ ଖବର। କିଭଳି ଭୁଲ୍ ଅର୍ଥନୈତିକ ନିଷ୍ପତ୍ତି ଯୋଗୁ ଶ୍ରୀଲଙ୍କାର ଅର୍ଥନୀତି ଭୁଶୁଡିଗଲା ସେ ନେଇ ବିଶ୍ୱ ଗଣମାଧ୍ୟମରେ ଚର୍ଚ୍ଚା ଓ ସମାଲୋଚନ ଜାରି ରହିଛି। ବିଭିନ୍ନ ଦେଶ ଶ୍ରଲଙ୍କା ପରିସ୍ଥିତିକୁ ନେଇ ଭିନ୍ନ ଭିନ୍ନ କଥା କହୁଛନ୍ତି। ଆଉ ନିଜ ଦେଶର ଏଭଳି ଦୁର୍ଦିନ ଦେଖି ଦୁଃଖରେ ଭାଙ୍ଗିପଡ଼ିଛନ୍ତି ବଲିଉଡ୍‌ରେ ଅଭିନୟ କରୁଥିଲା ସିଂହଳୀ ସୁନ୍ଦରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍।

ନିଜ ଦେଶର ଦୁଃସ୍ଥିତି ନେଇ ଜ୍ୟାକଲିନ ଫର୍ଣ୍ଣାଡିଜ ତାଙ୍କ ଇନଷ୍ଟାଗ୍ରାମରେ ଏକ ଲମ୍ୱା ପୋଷ୍ଟ ଶେୟାର କରିଛନ୍ତି। ସେ କହିଛନ୍ତି “ଜଣେ ଶ୍ରୀଲଙ୍କା ନାଗରିକ ଭାବେ ମୋ ଦେଶ ଓ ସେଠାରେ ରହୁଥିବା ଲୋକମାନଙ୍କର ଏପରି ସ୍ଥିତି ଦେଖିବା ମୋ ପାଇଁ ଦୁଃଖର ବିଷୟ। ଯେବେଠାରୁ ଏହି ଦୁର୍ଦଶା ଆରମ୍ଭ ହୋଇଛି ସେବେଠାରୁ ସାରା ଦୁନିଆରୁ ମୋତେ ନାନା କଥା ଶୁଣିବାକୁ ମିଳିଛି। ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ କୌଣସି ଘଟଣା ଦେଖିବା ପରେ ଏମିତି ହଠାତ୍ ପ୍ରତିକ୍ରିୟା ଦିଅନ୍ତୁ ନାହିଁ। ବର୍ତ୍ତମାନ ମୋ ଦେଶବାସୀଙ୍କୁ କାହା ମନ୍ତବ୍ୟର ଆବଶ୍ୟକତା ନାହିଁ ବରଂ ତାଙ୍କୁ ଦୟାଭାବ ଓ ସହଯୋଗର ଆବଶ୍ୟକତା ଅଛି। ତାଙ୍କ ସାହସ ଓ ଉନ୍ନତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା ହିଁ ଆପଣଙ୍କୁ ସେମାନଙ୍କର ନିକଟତର କରିପାରିବ”।

ଏହାପରେ ଜ୍ୟାକଲିନ କହିଛନ୍ତି “ମୁଁ ମୋ ଦେଶ ଓ ଦେଶବାସୀମାନଙ୍କୁ କହିବାକୁ ଚାହୁଁଛି ଯେ ମୁଁ ଆଶା କରୁଛି ଏହି ସମସ୍ୟା ବହୁତ ଶୀଘ୍ର ଦୂର ହୋଇଯିବ। ଏହାର ଏମିତି ନିଷ୍କର୍ସ ବାହାରୁ ଯାହାଫଳରେ ସମସ୍ତଙ୍କୁ ଶାନ୍ତି ମିଳିବା ସହିତ ସମସ୍ତଙ୍କର ଭଲ ହେବ। ଏହି ସମସ୍ୟାର ସାମ୍ନା କରୁଥିବା ଲୋକମାନଙ୍କୁ ଶକ୍ତି ଓ ସାହସ ମିଳୁ ଏତିକି ମୋର କାମନା”।

Also Read  କମ ବୟସରେ ପାଚି ଯାଉଛି କି ଆପଣଙ୍କ କେଶ ? ତେବେ ଜାଣନ୍ତୁ ଏହାକୁ ରୋକିବାର ସହଜ ଉପାୟ...