ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ଜେଏମ୍‌ଏମ୍

0
170

ନୂଆଦିଲ୍ଲୀ : ନ୍ୟାସନାଲ ଡେମୋକ୍ରାଟିକ୍‌ ଆଲିଆନ୍ସ (ଏନଡିଏ) ପକ୍ଷରୁ ପ୍ରାର୍ଥୀ ହୋଇଥିବା ଓଡିଶାର ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ବଢିବାରେ ଲାଗିଛି । ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରେ ନଥିବା ଦଳମାନେ ମଧ୍ୟ ସମର୍ଥନ ଘୋଷଣା କରୁଛନ୍ତି । ଅଣ ଏନଡିଏ ଦଳ ଯେପରିକି ଓଡିଶାର ବିଜୁ ଜନତା ଦଳ (ବିଜେଡି), ଆନ୍ଧ୍ରପ୍ରଦେଶରେ କ୍ଷମତାରେ ଥିବା ଜଗନ ମୋହନ ରେଡ୍ଡୀଙ୍କ ଓ୍ବାଇଏସ୍‌ଆର କଂଗ୍ରେସ ପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିସାରିଛନ୍ତି ।

ଏବେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍) ମଧ୍ୟ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି । ଦଳୀୟ ସାଂସଦ ଏବଂ ବିଧାୟକଙ୍କ ସହ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି କିନ୍ତୁ ଆନୁଷ୍ଠାନିକ ଭାବେ ତାହା ଘୋଷଣା କରାଯାଇନାହିଁ । ଜେଏମ୍‌ଏମ୍‌ ସୁପ୍ରିମୋ ତଥା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଯଦି ସମର୍ଥନ କରନ୍ତି ତେବେ ବିଜୟର ଆହୁରି ନିକଟତର ହେବେ ମୁର୍ମୁ । ଖୁବଶୀଘ୍ର ଦିଲ୍ଲୀ ଯାଇ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ ହେମନ୍ତ ସୋରେନ ।

ବଡ କଥା ହେଉଛି ଦ୍ରୌପଦୀ ମୁର୍ମୁ ପୂର୍ବରୁ ଝାଡଖଣ୍ଡର ରାଜ୍ୟପାଳ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ । ରାଜ୍ୟପାଳ ଥିବା ସମୟରେ ଅନେକ ଗୁଡିଏ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ହୋଇପାରିଥିଲା । ଜେଏମଏମ ମୁଖପାତ୍ର ବିନୋଦ ପାଣ୍ଡେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଖୁବଶୀଘ୍ର ଦିଲ୍ଲୀ ଗସ୍ତ କରିବେ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ । ବିଜେପି ନେତୃତ୍ବାଧୀନ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ନେଇ ଶାହାଙ୍କ ସହିତ ଆଲୋଚନା କରିବେ । ଏହା ସହିତ ରାଜ୍ୟର କିଛି ବକେୟା କାର୍ଯ୍ୟ ବାବଦରେ ଅମିତ ଶାହାଙ୍କ ସହିତ ଆଲୋଚନା କରିବା ସହିତ ଅନ୍ୟାନ୍ୟ ବାବଦରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଝାଡଖଣ୍ଡରେ ଆଦିବାସୀ ଭୋଟ ବ୍ୟାଙ୍କ ଅଧିକ ରହିଛି । ଦ୍ରୌପଦୀ ମୁର୍ମୁ ଜଣେ ଆଦିବାସୀ ଚେହେରା ଏବଂ ତୃଣମୂଳରୁ ହିଁ ସେ ଆଦିବାସୀଙ୍କ ପାଇଁ କାର୍ଯ୍ୟ କରିଆସୁଛନ୍ତି । ତେଣୁ ଭୋଟ ବ୍ୟାଙ୍କ ସୁରକ୍ଷିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ହେଉଥିଲା । ବିଶେଷ କରି ଝାଡଖଣ୍ଡରେ ସାନ୍ତାଳ ଭୋଟ ବ୍ୟାଙ୍କ ଅଧିକ ରହିଛି । ଝାଡଖଣ୍ଡ ବିଧାନସଭାରେ ଆସନ ସଂଖ୍ୟା ୮୧ ରହିଥିବା ବେଳେ କେବଳ ଜେଏମଏମ ବିଧାୟକଙ୍କ ସଂଖ୍ୟା ୩୦ ରହିଛି । ସେମାନଙ୍କ ମଧ୍ୟରୁ ୧୯ ଜଣ ଆଦିବାସୀ ସମ୍ପ୍ରଦାୟର । ଦ୍ରୌପଦୀ ମୁର୍ମୁ ସାନ୍ତାଳ ପରିବାରରୁ ଆସିଥିବାରୁ ଜେଏମଏମ ସମର୍ଥନ ଘୋଷଣା କରିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା ଯାହାକି ସତ ପ୍ରମାଣିତ ହେବାକୁ ଯାଉଛି ।

Also Read  ବାହୁବଳୀ ନେତା ଆନନ୍ଦ ମୋହନ ଙ୍କ ପରିବାର ହତ୍ୟାର ଶିକାର ହେଇଥିବା ଆଇଏଏସ୍ ଅଧିକାରୀ ଙ୍କ ପତ୍ନୀ ଙ୍କୁ ଭେଟିବାକୁ ଚାହୁଁଛନ୍ତି

LEAVE A REPLY

Please enter your comment!
Please enter your name here