ବହୁଚର୍ଚ୍ଚିତ ହିଜାବ ମାମଲାରେ ଆଜି ଆସିବ କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

0
214
karnataka-high-court-to-pronounce-judgment-today on hijab-row

ବେଙ୍ଗାଲୁରୁ: ବହୁଚର୍ଚ୍ଚିତ ହିଜାବ ମାମଲାରେ ଆଜି ଆସିବ କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ମୁଖ୍ୟ ବିଚାରପତି ଜଷ୍ଟିସ ରୀତୁରାଜ ଅଓ୍ବସ୍ତି, ଜଷ୍ଟିସ କ୍ରିଷ୍ଣା ଏସ. ଦୀକ୍ଷିତ ଓ ଜଷ୍ଟିସ ଜେଏମ ଖାଜିଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଇବେ ରାୟ । ଏହାକୁ ଦୃଷ୍ଟିରେ ରଖି ରାଜଧାନୀ ବେଙ୍ଗାଲୁରୁରେ ଜନ ସମାଗମକୁ ନିଷିଦ୍ଧ କରାଯାଇଥିବାବେଳେ ସ୍କୁଲ କଲେଜ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ସର୍ବସାଧାରଣ ସ୍ଥାନରେ ସତର୍କ ଦୃଷ୍ଟି ରଖାଯାଇଛି । ଗତମାସରେ ହିଜାବ ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ଜୋରଦାର ଆନ୍ଦୋଳନ ହୋଇଥିବାବେଳେ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ହୋଇଥିଲା ବଳ କଷାକଷି ।

ରାଜ୍ୟର ଶିକ୍ଷା ପ୍ରତିଷ୍ଠାନ ଗୁଡିକରେ ହିଜାବ ନିଷିଦ୍ଧ କରାଯିବା ନେଇ ନିଷ୍ପତ୍ତି ବିରୋଧରେ ଉଡୁପିର କେତେକ ଛାତ୍ରୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଶିକ୍ଷା ପ୍ରତିଷ୍ଠାନରେ ହିଜବ ନିଷିଦ୍ଧ କରିବା ନେଇ କୌଣସି ଆଇନ ନାହିଁ ବୋଲି ସେମାନେ ଦର୍ଶାଇଥିଲେ । ସେମାନେ ଯୁକ୍ତି ଦର୍ଶାଇଥିଲେ ଯେ, ସମ୍ବିଧାନ ଧାର୍ମିକ ସ୍ୱାଧୀନତାକୁ ସୁରକ୍ଷା ଦେଇଛି । ଏହି ସ୍ବାଧୀନତାକୁ କୌଣସି ଶିକ୍ଷା ପ୍ରତିଷ୍ଠାନ କ୍ଷୁଣ୍ଣ କରିପାରିବେ ନାହିଁ ।

Also Read  ପୁଅ ର ଚିକିତ୍ସା ପାଇଁ ଚୋରି କରୁଛନ୍ତି ଜଣେ ପୋଲିସ କର୍ମଚାରୀ

LEAVE A REPLY

Please enter your comment!
Please enter your name here