ମିସ୍ ୱାର୍ଲ୍ଡ ୨୦୨୧ ଟାଇଟଲ୍ ଜିତିଲେ ପୋଲାଣ୍ଡ ସୁନ୍ଦରୀ କରୋଲିନା ବିଲାଓ୍ବାସ୍କା

0
506
Karolina Bielawska from Poland wins the Miss World 2021 crown

ନୁଆଦିଲ୍ଲୀ : ପୋଲାଣ୍ଡ ସୁନ୍ଦରୀ କରୋଲିନା ବିଲାଓ୍ବାସ୍କା ମିସ୍ ୱାର୍ଲ୍ଡ ୨୦୨୧ ଟାଇଟଲ ଜିତିଛନ୍ତି । ପୁଏର୍ତୋ ରିକୋରେ ଆୟୋଜିତ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାର ୭୦ ତମ ସଂସ୍କରଣରେ ଭାରତୀୟ-ଆମେରିକୀୟ ଶ୍ରୀ ସାଇନି ପ୍ରଥମ ରନର୍ ଅପ୍ ହୋଇଥିବାବେଳେ ପଶ୍ଚିମ ଆଫ୍ରିକୀୟ ଦେଶ ଆଇଭୋରୀ କୋଷ୍ଟର ଅଲିଭିଆ ୟେସ୍ ଦ୍ୱିତୀୟ ରନର୍ ଅପ୍ ହୋଇଥିଲେ। ଭାରତର ମାନସା ବାରାଣସୀ ଏହି‌ ସୁନ୍ଦରୀ ପ୍ରତିଯୋଗିତାରେ ଟପ-୧୩ରେ ପହଞ୍ଚିବା ପରେ ବାଦ୍ ପଡ଼ିଥିଲେ ।

ପୁଏର୍ତୋ ରିକୋରେ ଅନୁଷ୍ଠିତ ହୋଇଥିବା ମିସ୍ ୱାର୍ଲ୍ଡ ପ୍ରତିଯୋଗିତାର ଏହା ୭୦ ତମ ସଂସ୍କରଣ ଥିଲା | ଏହାପୂର୍ବରୁ ମିସ୍ ୱାର୍ଲ୍ଡ ୨୦୨୧ ଡିସେମ୍ବର ୧୭ରେ ହେବାର ଥିଲା, କିନ୍ତୁ କରୋନା ମହାମାରୀ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା ।

Also Read  ଆସୁଛି ଆଉ ଏକ ଲଘୁଚାପ; ପ୍ରଭାବରେ ରାଜ୍ୟରେ ଆଗାମୀ ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା

LEAVE A REPLY

Please enter your comment!
Please enter your name here