ଆପଣ କର୍ମକ୍ଷେତ୍ରରେ କିମ୍ବା ଅଫିସରେ ଦୀର୍ଘ ସମୟ ଧରି କମ୍ପ୍ୟୁଟର ସାମ୍ନାରେ ବସିରହୁଛନ୍ତି କି ? ତେବେ ଯଥାଶୀଘ୍ର ଛାଡ଼ନ୍ତୁ ଏହି ଅଭ୍ୟାସ | ନଚେତ ମାରାତ୍ମକ ରୋଗରେ ପଡିପାରନ୍ତି | ଅଫିସରେ କିମ୍ବା ଯେକୌଣସି କର୍ମକ୍ଷେତ୍ରରେ ଦୀର୍ଘ ସମୟ ଧରି ବସି ରହିବା ଯୋଗୁଁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାର ନଜିର ରହିଛି | ଗୋଟିଏ ସ୍ଥାନରେ କିମ୍ବା କମ୍ପ୍ୟୁଟର ସାମ୍ନାରେ ଦୀର୍ଘ ସମୟ ଧରି ପର୍ଯ୍ୟନ୍ତ ବସି ରହିବା ହାର୍ଟ ପାଇଁ କ୍ଷତିକାରକ ହୋଇଥାଏ | ଏଠି ଯୋଗୁଁ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ | ହୃଦ ସମ୍ବନ୍ଧୀୟ, ଡାଇବେଟିସ, ମେଦବହୁଳତା, ଉଚ୍ଚ ରକ୍ତଚାପ, ଓଭାରିଆନ କ୍ୟାନସର, କୋଲୋନ କ୍ୟାନସର ଭଳି ସମସ୍ୟା ସୃଷ୍ଟି ହୋଇଥାଏ |
ଦୀର୍ଘ ସମୟ ବସି ରହିବା ଫଳରେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ସଂଚାଳନ ମଧ୍ୟ ଠିକ ଭାବେ ହୋଇନଥାଏ | ଅଧିକ ସମୟ ବସି ରହିବା ଫଳରେ ଗୋଡର ମାଂସପେଶୀ ଗୁଡିକ ଦୁର୍ବଳ ହେଇଯାଏ | ତଥ୍ୟ ଅନୁଯାୟୀ ଯେଉଁମାନେ ଅଧିକ ସମୟ ବସି ରହନ୍ତି ସେମାନଙ୍କ ମଧ୍ୟରେ ହୃଦଘାତର ସମ୍ଭାବନା ୧୪୭ ପ୍ରତିଶତ ଅଧିକ ଥାଏ | ତେବେ ଆମେରିକା ଜର୍ଣ୍ଣାଲ ଅଫ ନର୍ସିଙ୍ଗ ତଥ୍ୟ ଅନୁସାରେ ଅଧିକ ସମୟ ବସିରହି କାମ କରୁଥିବା ପୁରୁଷଙ୍କ ମଧ୍ୟରେ କୋଲୋନ କ୍ୟାନସର ହେବାର ସମ୍ଭାବନା ୨୦ ପ୍ରତିଶତ ଅଧିକ |