ନିର୍ବାଚନ ପରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ : ଏଲପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି

0
244
lpg-cylinder-price-hiked in india

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଦେଶବାସୀଙ୍କ ଉପରେ ପୁଣି ପଡ଼ିଛି ମହଙ୍ଗା ମାଡ଼ । ପେଟ୍ରୋଲ୍, ଡିଜେଲ୍ ଓ ଦୁଗ୍ଧ ପରେ ଏବେ ବଢିଲା ଏଲପିଜି ସିଲିଣ୍ଡର ଦର। ବଢିଲା ଘରୋଇ ଏଲପିଜି ସିଲିଣ୍ଡର ଦର । ଏଲପିଜି ଗ୍ୟାସ୍ ୫୦ ଟଙ୍କା ମହଙ୍ଗା ହୋଇଛି । ୧୪.୨ କେଜି ଘରୋଇ ସିଲିଣ୍ଡର ଦାମ୍‌ ମଙ୍ଗଳବାର ସିଲିଣ୍ଡର ପିଛା ୫୦ ଟଙ୍କା ଳେଖାଏ ବଢ଼ିଛି। ଶେଷ ଥର ପାଇଁ ଗତ ଅକ୍ଟୋବର ୬ ତାରିଖରେ ଘରୋଇ ସିଲିଣ୍ଡର ଦାମ୍‌ ବଢ଼ିଥିଲା। ଏହାପରେ ଗତକାଲି ମଧ୍ୟ ରାତିରୁ ଏହି ନୂଆ ଦର ଲାଗୁ ହୋଇଛି। ୟୁକ୍ରେନ୍ ଓ ଋଷ୍ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ଅଶୋଧିତ ତୈଳ ଦାମ୍ ବୃଦ୍ଧି ହୋଇଥିବାରୁ ଦରଦାମ୍ ବୃଦ୍ଧି କରାଯାଇଛି।

ଗ୍ୟାସ୍ ଦରରେ ବୃଦ୍ଧି ହେବା ପରେ ଭୁବନେଶ୍ୱରରେ ଏଲପିଜି ଗ୍ୟାସ୍ ଦର ୯୨୬ ଟଙ୍କାରୁ ବୃଦ୍ଧି ପାଇ ୯୭୬ ଟଙ୍କା ହୋଇଛି । ଅକ୍ଟୋବର ୬ ତାରିଖରୁ ଘରୋଇ ସିଲିଣ୍ଡର ଦର ବୃଦ୍ଧି ପାଇନଥିଲେ ବି କମର୍ସିଆଲ ସିଲିଣ୍ଡର ଦର ବୃଦ୍ଧି ପାଇଥିଲା । ଏବେ ଘରୋଇ ସିଲିଣ୍ଡର ଦର ଏକାଥରରେ ୫୦ ଟଙ୍କା ବୃଦ୍ଧି ପାଇବା ଦ୍ୱାରା ଗ୍ରାହକଙ୍କୁ ବଡ଼ ଝଟକା ଲାଗିଛି ।

ଦୀର୍ଘ ଦିନର ବ୍ୟବଧାନ ପରେ ଏକ ସଙ୍ଗେ ପେଟ୍ରୋଲ, ଡିଜେଲ ଓ ଘରୋଇ ସିଲିଣ୍ଡର ଦାମ୍‌ ବଢ଼ିଥିବାରୁ ଅତିଷ୍ଠ ହୋଇପଡ଼ିଲେଣି ଗ୍ରାହକ । ଏଥିଯୋଗୁ ଅନ୍ୟାନ୍ୟ ସାମଗ୍ରୀ ଦର ବି ବଢ଼ିବା ଆଶଙ୍କା ଦେଖାଦେଇଛି।

Also Read  କମୁଛି ସଂକ୍ରମଣ : ୨୪ରୁ ଖୋଲିବ ସ୍କୁଲ

LEAVE A REPLY

Please enter your comment!
Please enter your name here