ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ଦେଶର ପରବର୍ତ୍ତୀ ସ୍ଥଳ ସେନା ମୁଖ୍ୟ

0
300
lt-gen-manoj-pandey-will-be-the-next-army-chief-of India

ନୂଆଦିଲ୍ଲୀ: ଲେଫନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଭାରତର ପରବର୍ତ୍ତୀ ଆର୍ମି ଚିଫ ବା ସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଦେଶର ୨୯ତମ ସ୍ଥଳ ସେନା ମୁଖ୍ୟ ଭାବେ ଜେନେରାଲ ପାଣ୍ଡେଙ୍କୁ ମନୋନୀତ କରାଯାଇଛି। ବରିଷ୍ଠତା ଦୃଷ୍ଟିରୁ ତାଙ୍କୁ ଏପରି ନିଯୁକ୍ତି ମିଳିଛି। ଏପ୍ରିଲ ୩୦ରେ ବର୍ତ୍ତମାନ ସ୍ଥଳସେନା ମୁଖ୍ୟ ଭାବେ କାମ କରୁଥିବା ଜେନେରାଲ ମନୋଜ ମୁକୁନ୍ଦ ନରଭାଣେଙ୍କ କାର୍ଯ୍ୟକାଳ ଶେଷ ହେବ। ଏହାପରେ ହିଁ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଦେଶର ସେନାଧ୍ୟକ୍ଷ ହେବେ।

ମନୋଜ ମୁକୁନ୍ଦ ନରବଣେଙ୍କ ପରେ ଜେନେରାଲ ମନୋଜ ପାଣ୍ଡେ ସେନାର ବରିଷ୍ଠ ଅଧିକାରୀ । ତେଣୁ ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ଅନ୍ୟପଟେ ସ୍ଥଳସେନା ମୁଖ୍ୟ ପଦରୁ ବିଦାୟ ନେବା ପରେ ମନୋଜ ମୁକୁନ୍ଦ ନରବଣେ ସିଡିଏସ୍ ପଦ ଗ୍ରହଣ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Also Read  Modi Congratulates Haryana CM Nayab Singh Saini on BJP's Victory