ରାଜଧାନୀରେ ଅଘଟଣ: ଆଚାର୍ଯ୍ୟବିହାର ଓଭରବ୍ରିଜ ଉପରେ ବାଇକ ସହ ଜୀଅନ୍ତା ଜଳିଗଲେ ଯୁବକ

0
439
man-burnt-alive-with-his-bike

ଭୁବନେଶ୍ୱର: ଭୁବନେଶ୍ୱରରେ ବାଇକ ସହ ଜୀଅନ୍ତା ଜଳିଗଲେ ଯୁବକ । ଆଚାର୍ଯ୍ୟବିହାର ଫ୍ଲାଏ ଓଭରରେ ଘଟିଛି ଏହି ଅଘଟଣ । ରାତି ପ୍ରାୟ ୧୨ରେ ରାଜପଥ ଉପରେ ଅତି ରହସ୍ୟଜନକ ଭାବେ ଜଣେ ଯୁବକ ଓ ତାଙ୍କ ବାଇକ୍ ପୋଡି ଯାଉଥିବା ଦେଖିବାକୁ ମିଳିଥିଲା । ବାଟରେ ଯାଉଥିବା ଲୋକ ଏହାକୁ ଦେଖି ଖବର ଦେବାରୁ ସହିଦନଗର ଥାନା ପୁଲିସ ଓ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ଏବଂ ଜଳୁଥିବା ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ । ହେଲେ ଉଦ୍ଧାର ବେଳକୁ ଯୁବକ ଜଣଙ୍କର ଶରୀରର ପ୍ରାୟ ୭୦ପ୍ରତିଶତ ପୋଡି ଯାଇଥିଲା ଓ ମୃତ୍ୟୁ ହୋଇ ସାରିଥିଲା ।

ମୃତ ଯୁବକ ଅମ୍ବିକା ପ୍ରସାଦ ପତି ବୋଲି ଜଣାପଡିଛି। ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ । ସେ ଭୁବନେଶ୍ବରରେ ମାର୍କେଟିଂ ଚାକିରୀ କରୁଥିଲେ। ସେ କେସୁରାରେ ଭଡାରେ ରୁହନ୍ତି। ଗତକାଲି ରାତିରେ ଚନ୍ଦ୍ରଶେଖରପୁର ରେ ଏକ ବାହାଘରକୁ ଯାଇଥିଲେ। ସେଠାରୁ ଭୋଜି ଖାଇ ରୁମକୁ ଫେରୁଥିଲେ । ଆଖପାଖର CCTV ଫୁଟେଜ ଯାଞ୍ଚ କରୁଛି ପୋଲିସ। କେହି ଦୁର୍ବୃତ୍ତ ଯୁବକ ଜଣଙ୍କୁ ହତ୍ୟା କରି ବାଇକ ଉପରେ ଶୁଆଇ ଦେଇଥିବା ପୋଲିସ ସନ୍ଦେହ କରୁଛି।

Also Read  ଯୋଗୀଙ୍କୁ କଳା ପତାକା ଦେଖାଇ ଗିରଫ ହୋଇଥିବା ଯୁବତୀଙ୍କୁ ପ୍ରାର୍ଥୀ କଲେ ଅଖିଲେଶ