ମାର୍ଗାରେଟ୍‌ ଆଲ୍‌ଭା ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ

0
788

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ବିରୋଧୀ ଦଳ ମାର୍ଗାରେଟ୍‌ ଅଲଭାଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଭାବେ ଚୟନ କରିଛି। ଏନସିପି ଅଧ୍ୟକ୍ଷ ଶରଦ ପାୱାର ମାର୍ଗାରେଟ୍‌ ଅଲଭାଙ୍କ ନାମ ଘୋଷଣା କରିଛନ୍ତି । ସୂଚନା ଯେ, ମାର୍ଗାରେଟ ଅଲଭା ଗୋଆର ରାଜ୍ୟପାଳ ରହି ସାରିଛନ୍ତି । ସେ କର୍ଣ୍ଣାଟକରେ ରୁହନ୍ତି ।

ମାର୍ଗାରେଟ୍‌ ଅଲ୍‌ଭାଙ୍କର ଜନ୍ମ ୧୪ ଏପ୍ରିଲ ୧୯୪୨ ମସିହାରେ କର୍ଣ୍ଣାଟକର ମାଙ୍ଗାଲୋରରେ ହୋଇଥିଲା । ସେ ନିଜର ପାଠପଢ଼ା କର୍ଣ୍ଣାଟକରେ ପୂରା କରିଥିଲେ । ଏହାପରେ ମାର୍ଗାରେଟ୍‌ କଂଗ୍ରେସ ସହ ଯୋଡ଼ି ହୋଇଥିଲେ । କଂଗ୍ରେସ ତାଙ୍କୁ ରାଜ୍ୟସଭା ପଠାଇଥିଲା । କଂଗ୍ରେସ ତାଙ୍କୁ ୧୯୭୫ରେ ପାର୍ଟିର ମହାସଚିବ ମଧ୍ୟ କରିଥିଲା । ଅଲଭା ମୋଟ ୪ଥର ରାଜ୍ୟସଭାର ସଦସ୍ୟ ହୋଇଛନ୍ତି । ଏହାପରେ ୧୯୯୯ରେ ସେ ଲୋକସଭାର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ।

କହି ରଖୁଛୁ କି , ଶନିବାର ସନ୍ଧ୍ୟାରେ ଏନଡିଏ ପକ୍ଷରୁ ଉପରାଷ୍ଟ୍ରପତି ପଦର ପ୍ରାର୍ଥୀ ଘୋଷଣା କରାଯାଇଥିଲା । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ଉପରାଷ୍ଟ୍ରପତିର ଆଶାୟୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ । ପିଏମ୍‌ ମୋଦିଙ୍କ ଉପସ୍ଥିତିରେ ଅନୁଷ୍ଠିତ ବିଜେପି ସଂସଦୀୟ ବୋର୍ଡର ବୈଠକରେ ଧନଖଡଙ୍କ ନାମରେ ମୋହର ଲାଗିଥିଲା ।

Also Read  ରାଜ୍ୟରେ ବଢୁଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ଆଜି ୬୯ ନୂଆ ପଜିଟିଭି ଚିହ୍ନଟ

LEAVE A REPLY

Please enter your comment!
Please enter your name here