ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଅପରାହ୍ନ ୧ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ । ପରୀକ୍ଷା ପରିଚାଳନା କମିଟି ଦ୍ୱାରା ଅନୁମୋଦନ ପରେ ପରୀକ୍ଷା ଫଳ ପ୍ରକାଶ କରିବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବୋର୍ଡ ୱେବସାଇଟରୁ ରେଜଲ୍ଟ ଜାଣି ପାରିବେ ଛାତ୍ରଛାତ୍ରୀ । www.bseodisha.ac.in ଓ www.bseodisha.nic.inରେ ଲଗଇନ୍ କରି ଦିନ ୨ଟା ପରେ ପରୀକ୍ଷାଫଳ ଦେଖିପାରିବେ । ସେହିପରି ଏସଏମଏସ ଜରିଆରେ ବି ଜାଣିହେବ ରେଜଲ୍ଟ । ଏଥିପାଇଁ ମୋବାଇଲ୍ ନମ୍ବରରେ OR10 ଲେଖି ଗୋଟିଏ ସ୍ପେସ୍ ଦେବା ପରେ ରୋଲ୍ ନମ୍ବର ଲେଖି 5676750 ନମ୍ବରକୁ ପଠାଇ ପରୀକ୍ଷାଫଳ ବି ଜାଣିହେବ ।
ଚଳିତବର୍ଷ ୫ ଲକ୍ଷ ୭୧ ହଜାର ୯୦୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏପ୍ରିଲ ୨୯ ତାରିଖରୁ ମେ ୭ ତାରିଖ ଯାଏ ଚାଲିଥିଲା ଏକଜାମ୍ । ମେ ୨୧ରୁ ୩୧ତାରିଖ ଯାଏ ମୂଲ୍ୟାୟନ ଚାଲିଥିଲା । ରେଜଲ୍ଟକୁ ନେଇ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ ।