‘ଓଡ଼ିଶା ମୋ ପରିବାର’ ର ରାଜ୍ୟ ସଂଯୋଜକ ଭାବେ ମିହିର ରାୟଙ୍କୁ ନିଯୁକ୍ତି

0
324

ଭୁବନେଶ୍ଵର: ନିକଟରେ ବିଜୁ ଜନତା ଦଳରେ ଯୋଗ ଦେଇଥିବା ଯୁବ ସମାଜସେବୀ ମିହିର ରାୟଙ୍କୁ “ଓଡ଼ିଶା ମୋ ପରିବାର”ର ନୂତନ ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି। ଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ‘ଓଡ଼ିଶା ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ ମିହିର ରାୟଙ୍କୁ ଏହି ଦାୟିତ୍ଵ ପ୍ରଦାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ମିହିର ରାୟ ପ୍ରାୟ ୨୫ ବର୍ଷ ଧରି ଟାଇମ୍ସ ଅଫ୍ ଇଣ୍ଡିଆ ଓ ଏସିଆନ ଏଜ୍‌ ଭଳି ପ୍ରମୁଖ ଇଂରାଜୀ ସମ୍ବାଦପତ୍ରରେ କାର୍ଯ୍ୟ କରିବା ସହ ରାଉରକେଲାର ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ କ୍ରୀଡ଼ା ସଂଗଠନ ସହ ସଂପୃକ୍ତ ରହିଥିଲେ । ଏବେ “ଓଡ଼ିଶା ମୋ ପରିବାର” ଭଳି ରାଜ୍ୟର ସର୍ବବୃହତ ସ୍ୱେଚ୍ଛାସେବୀ ସଙ୍ଗଠନରେ ତାଙ୍କୁ କାର୍ଯ୍ୟ କରିବାର ସୁଯୋଗ ଦେଇଥିବାରୁ ମିହିର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ “ଓଡ଼ିଶା ମୋ ପରିବାର”ର ଆବାହକ ଅରୂପ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Also Read  SOA President felicitates Prof (Dr) Ashok Mahapatra