ଓଡିଶାରେ ଜାପାନୀ ଆମ୍ବ: ଯାହାର ଏକ କେଜିର ଦାମ୍‌ ଅଢ଼େଇ ଲକ୍ଷ ଟଙ୍କା !

0
369
miyazaki-mango-which one-kg-costs-rs-2-5-lakh in odisha

ବରଗଡ: ଓଡିଶାରେ ଫଳିଛି ଜାପାନୀ ଆମ୍ବ । ଆମ୍ବ କେଜିକୁ ଅଢେଇ ଲକ୍ଷ ଟଙ୍କା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ନିଲାଥର ଗାଁର ଚାଷୀ ଚନ୍ଦ୍ର ସତ୍ୟନାରାୟଣ ନିଜ ବାଡ଼ି ଫଳାଇଛନ୍ତି ଏହି ଅଢେଇ ଲକ୍ଷ ଟଙ୍କିଆ ଆମ୍ବ ଜାପାନିଜ୍ ବ୍ରିଡ୍ ମ୍ୟାଜାକି । ମ୍ୟାଜାକି ସହ ଆଇସ ବକ୍ସ ପ୍ରଜାତିର ଆମ୍ବ ଚାଷ ବି କରାଯାଇଛି।

ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନିଲାଥର ଗ୍ରାମର ଚନ୍ଦ୍ର ସତ୍ୟନାରୟଣ । ସେ ଜାପାନିଜ ମ୍ୟାଜାକି କିସମର ଆମ୍ଭ ଚାଷ କରି ବର୍ତ୍ତମାନ ଅଂଚଳରେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଜାପାନିଜ ମ୍ୟାଜାକି ପ୍ରଜାତିର ଆମ୍ବର ମାର୍କେଟ ମୂଲ୍ୟ କେଜି ପ୍ରତି ପ୍ରାୟ ୨.୫ ରୁ ୩ ଲକ୍ଷ ଟଙ୍କା। ବହୁ ଔଷଧୀୟ ଗୁଣ ସହ ଭିଟାମିନ ଏବଂ ବିଟାକାରୋଟିନ, ଫଲିକ ଏସିଡ ଓ ଆଣ୍ଟି ଅକ୍ସିଡେଣ୍ଟରେ ଭରପୂର ଥିବାରୁ ଏହି ଆମ୍ବର ମୂଲ୍ୟ ଅଧିକ ।

ତେବେ ୩ ବର୍ଷ ତଳେ ନିଜର ଜଣେ ସାଙ୍ଗ ଠାରୁ ଏହି ଆମ୍ବ ଗଛ ବିଷୟରେ ଜାଣିବା ପରେ ବାଙ୍ଗଲାଦେଶରୁ ମଗାଇ ନିଜ ଫାର୍ମରେ ଲଗାଇଥିଲେ ଚନ୍ଦ୍ର ସତ୍ୟନାରାୟଣ । ବର୍ତ୍ତମାନ ତାଙ୍କର ପରିଶ୍ରମର ଫଳ ଫଳିଛି । କେବଳ ମ୍ୟାଜାକି ନୁହଁ ଆଇସ ବକ୍ସ କିସମର ଆମ୍ବ ମଧ୍ୟ ଚାଷ କରିଛନ୍ତି ଚନ୍ଦ୍ର ସତ୍ୟନାରାୟଣ । ୩ ବର୍ଷ ଯାଏଁ ଏହି ଆମ୍ବକୁ ସଙ୍ଗୃହିତ କରାଯାଇ ରଖିହେବ।

ଅନ୍ୟପଟେ ଫାର୍ମରେ ବିଦେଶୀ ଆମ୍ବ ଫଳାଇ ଏବେ ଚିନ୍ତାରେ ସତ୍ୟନାରୟଣ। କାରଣ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଆମ୍ବକୁ ବଜାରରେ କେମିତି ବିକ୍ରି କରିବେ ଏବଂ ଉଚିତ ମୂଲ୍ୟ ପାଇବେ, ତାହା ବର୍ତ୍ତମାନ ତାଙ୍କ ପାଇଁ ସବୁଠୁ ବଡ ପ୍ରଶ୍ନ ପାଲଟି ଥିବା ବେଳେ ଉଦ୍ୟାନ କୃଷି ବିଭାଗ ଅଧିକାରୀ କହିଛନ୍ତି ଫଳର ମାର୍କେଟିଙ୍ଗ ପାଇଁ ବ୍ୟବସ୍ଥା କରାଯିବ।

ଏହି ଭଳି ଚାଷ ଆଗାମୀ ଦିନରେ ଅନ୍ୟ ଚାଷୀ ମାନଙ୍କ ପାଇଁ ମଧ୍ୟ ପ୍ରେରଣାର ଉତ୍ସ ପାଲଟିବା ସହ ଚାଷର ଏକ ନୂତନ ସ୍ୱରୂପ ଭାବେ ପରିଚୟ ସୃଷ୍ଟି କରିବ ନିଶ୍ଚିତ।

Also Read  Midday Meals Allocation Hiked in Odisha