ଖୁବଶୀଘ୍ର ତାତିରୁ ମିଳିବ ତ୍ରାହି: ଆଣ୍ଡାମାନ ସାଗରରେ ପହଞ୍ଚିଲା ମୌସୁମୀ ବାୟୁ

0
440
moonsoon-soo-late-in-odisha

ନୂଆଦିଲ୍ଲୀ: ଖୁବଶୀଘ୍ର ତାତିରୁ ମିଳିବ ତ୍ରାହି । ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ପହଞ୍ଚିସାରିଛି। ମୌସୁମୀ ଏବେ ଖୁବ ଶୀଘ୍ର କେରଳ ଛୁଇଁବ | ଆସନ୍ତା ୨୭ ତାରିଖ ସୁଦ୍ଧା କେରଳରେ ମୌସୁମୀ ସକ୍ରିୟ ହୋଇଯିବ । ଯଦି ସବୁ ଠିକଠାକ ରୁହେ ଜୁନ୍‌ ୬ କିମ୍ବା ୭ରେ ଓଡ଼ିଶା ମୌସୁମୀର ପ୍ରଥମ ସ୍ପର୍ଶ ପାଇବ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ରବିବାର ବିଭିନ୍ନ ରାଜ୍ୟରେ ବିଶେଷକରି ଉତ୍ତର ଭାରତରେ ପ୍ରବଳ ତାତି ସମ୍ପର୍କରେ ସେ କହିଛନ୍ତି ଯେ ଗତକାଲି ଏହିସବୁ ଅଞ୍ଚଳରେ ତାପମାତ୍ରା ବେଶ୍ ଅଧିକ ଥିଲା। ଆଜି ପଞ୍ଜାବ, ହରିୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟର ତାପମାତ୍ରା ତିନି ରୁ ଚାରି ଡିଗ୍ରୀ ସେଲସିୟସ୍ କମିଛି। ଆସନ୍ତାକାଲି ସୁଦ୍ଧା ଗ୍ରୀଷ୍ମ ପ୍ରବାହର ପ୍ରଭାବ କମିବ।

Also Read  New team of OPCC with 30 office bearers constituted