ବିଳମ୍ୱରେ ଓଡିଶା ଆସିବ ମୌସୁମୀ, ସ୍ପଷ୍ଟ କଲା ଭାରତୀୟ ପାଣିପାଗ ବିଭାଗ

0
364
moonsoon-soo-late-in-odisha

ଭୁବନେଶ୍ୱର: ଡେରିରେ ଓଡ଼ିଶା ଆସିବ ମୌସୁମୀ । ଏ ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ୧୩ ତାରିଖ ପର୍ଯ୍ୟନ୍ତ ମୌସୁମୀ ଛୁଇଁବ ନାହିଁ ଓଡିଶା । ସାଧାରଣତ ଜୁନ ୧୨ ରୁ ୧୫ ମଧ୍ୟରେ ମୌସୁମୀ ଓଡିଶା ଛୁଇଁଥାଏ । ବର୍ତ୍ତମାନ ଉତ୍ତର ପଶ୍ଚିମ ପବନ ପାଇଁ ମୌସୁମୀ ବିଳମ୍ବ ହେଉଛି । ଫଳରେ ରାଜ୍ୟରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ ଲାଗି ରହିବ ବୋଲି ଅନୁମାନ ଲଗାଇଛି ପାଣିପାଗି ବିଭାଗ । ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଆଜି ଓ କାଲି ଦୁଇ ଦିନ ଗ୍ରୀଷ୍ମ ଲହରୀ ଜାରି ରହିବ । ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରେ ପ୍ରଚଣ୍ଡ ତାତି ଅନୁଭୂତ ହେବ ।

Also Read  ଚାରି ଧାମ ପ୍ରକଳ୍ପକୁ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗ୍ନାଲ : ସଡ଼କ ପ୍ରଶସ୍ତିକରଣ ପାଇଁ ଅନୁମତି