ରାଜ୍ୟରେ ବିସ୍ଫୋରଣମୁହାଁ କରୋନା ସଂକ୍ରମଣ, ଗତ ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୧୧୭୮ଜଣ ପଜିଟିଭ

0
338
more 836-new-corona-positive case-in-odisha

ରାଜ୍ୟରେ ଦିନକୁ ଦିନକୁ ଘାତକ ହେଉଛି କରୋନା ସଂକ୍ରମଣ । କ୍ରମଗତଭାବେ ରାଜ୍ୟରେ ଦୈନିକ ସଂକ୍ରମଣ ହଜାର ଉପରେ ରହିଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୯୦ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୮୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୪୬ ଜଣ ସଂକ୍ରମିତ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୨୫୨ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୯୪ ଜଣ, ସମ୍ବଲପୁରରୁ ୧୧୧ ଜଣ, କଟକରୁ ୧୦୪ ଜଣ, ମୟୂରଭଞ୍ଜରୁ ୯୭ ଜଣ, ଯାଜପୁରରୁ ୩୪ ଜଣ, କଳାହାଣ୍ଡିରୁ ୩୨ ଜଣ, ବରଗଡ଼ରୁ ୩୧ ଜଣ, ନୟାଗଡ଼ରୁ ୩୦ ଜଣ, ରାୟଗଡ଼ାରୁ ୨୩ ଜଣ, ପୁରୀରୁ ୨୦ ଜର, ବୌଦ୍ଧରୁ ୧୯ ଜଣ, ବାଲେଶ୍ବର ଓ ସୋନପୁର ଜିଲ୍ଲାରୁ ୧୮ ଜଣ ଲେଖାଁଏ, ଝାରସୁଗୁଡ଼ାରୁ ୧୭ ଜଣ, କନ୍ଧମାଳ,କେନ୍ଦ୍ରପଡ଼ା,କୋରାପୁଟ ଓ ନୂଆପଡ଼ା ଜିଲ୍ଲାରୁୁ ୧୩ ଜଣ ଲେଖାଁଏ, କେନ୍ଦୁଝରରୁ ୧୨ ଜଣ, ବଲାଙ୍ଗୀରରୁ ୧୧ ଜଣ, ଭଦ୍ରକ ଓ ଦେବଗଡ଼ ଜିଲ୍ଳାରୁ ୧୦ ଜଣ ଲେଖାଁଏ, ନବରଙ୍ଗପୁରରୁ ୯ ଜଣ, ଜଗତସିଂହପୁରରୁ ୮ ଜଣ, ଗଜପତିରୁ ୪ ଜଣ, ଅନୁଗୁଳରୁ ୩ ଜଣ, ଢ଼େଙ୍କାନାଳ ଓ ଗଞ୍ଜାମ ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୁଲ୍‌ରୁ ୫୭ ଜଣ ଆକ୍ରାନ୍ତ ରହିଛନ୍ତି।

Also Read  ଉପରାଷ୍ଟ୍ରପତି ନିର୍ବାଚନ: ଧନଖଡ଼ଙ୍କୁ ସମର୍ଥନ ଦେବ ବିଜେଡି, ନାମାଙ୍କନ ସମୟରେ ଉପସ୍ଥିତ ରହିବେ ଦଳୀୟ ସାଂସଦ