ରାଜ୍ୟରେ କରୋନା ମିଟର ଉପରମୁହାଁ, ଗତ ୨୪ ଘଣ୍ଟା ମଧ୍ୟରେ ୨୦୪ ଜଣ ପଜିଟିଭ ଚିହ୍ନଟ

0
341
Corona Positive case in india today

ଭୁବନେଶ୍ବର:ରାଜ୍ୟରେ ଉପରମୁହାଁ କରୋନା ସଂକ୍ରମଣ। ଆଜି ରାଜ୍ୟରେ ୨୦୦ ଟପିଛି ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୨୦୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୯୫ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୧୮ ଜଣ ୧୮ ବର୍ଷରୁ କମ୍ ଥିବା ଜଣାଯାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ୨୦୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୮, ସୁନ୍ଦରଗଡ଼ରୁ ୧୮, ବାଲେଶ୍ଵରରୁ ୮, ପୁରୀରୁ ୫, ମୟୂରଭଞ୍ଜରୁ ୫, ଭଦ୍ରକରୁ ନୂଆପଡ଼ାରୁ ୪, ସମ୍ବଲପୁରରୁ ୩, ଦେବଗଡ଼ରୁ ୩, ଭଦ୍ରକରୁ ୩, କେନ୍ଦ୍ରାପଡ଼ାରୁ ୨, ଜଗତସିଂହପୁରରୁ ୨, ଯାଜପୁରରୁ ୧, ଢେଙ୍କାନାଳରୁ ୧, କନ୍ଧମାଳରୁ ୧, କେନ୍ଦୁଝରରୁ ୧, ନୟାଗଡ଼ରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲରୁ ୨୨ ମାମଲା ରିପୋର୍ଟ ହୋଇଛି ।

ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨,୮୯୯,୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୭୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨,୭୯୯,୧୦ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩,୨୦,୯୭୪,୮୧ସାମ୍ପୁଲ ଟେଷ୍ଟ୍ ହୋଇଛି।

Also Read  ଗଛରେ ପିଟି ହେଲା ଭ୍ୟାନ୍ : ପ୍ରାଣ ହରାଇଲେ ୩ ମହିଳା, ୧୫ ଜଣ ଗୁରୁତର