ହୀରାକୁଦ ଜଳଭଣ୍ଡାରରୁ ଖୋଲିଲା ଆଉ ୪ ଗେଟ, ମୋଟ ୧୪ ଗେଟ ଦେଇ ଜଳ ନିଷ୍କାସନ

0
333
Hirakud Dam Authorities Open Three More Sluice Gates
Hirakud Dam Authorities Open Three More Sluice Gates

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରକୁ ଆଜି ସକାଳ ୯ ଟାରେ ୪ ଲକ୍ଷ ୨୪ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି। ଫଳରେ ସ୍ଥିତିକୁ ଦେଖି ବନ୍ଧ କର୍ତ୍ତୃପକ୍ଷ ଆଉ ୪ଟି ଗେଟ୍ ଖୋଲିଛନ୍ତି। ବର୍ତ୍ତମାନ ମୋଟ ୧୪ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି।

ଗତକାଲି ଜଳସ୍ତର ବଢିବା ଯୋଗୁଁ ୧୦ ଟି ଗେଟ ଖୋଲାଯାଇଥିଲା। ହେଲେ ରାତିରୁ ଜଳପ୍ରବାହର ମାତ୍ରା ବଢି ଚାଲିଥିବା ବେଳେ ସକାଳ ୮ଟାରେ ୩ ଲକ୍ଷ ୪୭ ହଜାର କ୍ୟୁସେକ ପ୍ରବେଶ କରିଥିଲା। ହେଲେ ମାତ୍ର ଘଣ୍ଟାଏ ପରେ ୯ଟାରେ ୪ ଲକ୍ଷ ୨୧ ହଜାର ୫୮୯ କ୍ୟୁସେକ ଜଳ ପ୍ରବେଶ କରୁଛି। ଏପଟେ ଜଳସ୍ତର ୬୧୫.୬୦ ଫୁଟରେ ପହଞ୍ଚିଲାଣି। ଏବେ ୧୪ ଗେଟ୍ ଖୋଲିବା ପରେ ୨ ଲକ୍ଷ ୫୪ ହଜାର ୧୪୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

Also Read  ଗଣମାଧ୍ୟମ ପଞ୍ଜିକରଣ ଆଇନ ପରିସରଭୂକ୍ତ ହେଲା ଡିଜିଟାଲ ମିଡିଆ, ନିୟମ ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ